ଭାରତରେ କରୋନା ସଂକ୍ରମଣ ତାଲିକା: ମହାରାଷ୍ଟ୍ର ପଛକୁ ଦିଲ୍ଲୀ

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଇତିମଧ୍ୟରେ ୧୪, ୩୭୮ରେ ପହଞ୍ଚିଛି। ସଂକ୍ରମିତଙ୍କ ତାଲିକାରେ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୩ ,୦୦୦ ଟପିଛି। ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ ରହିଛି। ,ଠାରେ ସଂକ୍ରମିତଙ୍କ ସଂଖ୍ୟା ୧୭,୦୦ ଛୁଇଁଛି। ଏହାପଛକୁ ତାମିଲନାଡୁ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୩,୨୩ ଟପିଛି। ସେହିପରି ଚତୁର୍ଥ ସ୍ଥାନରେ ମଧ୍ୟପ୍ରଦେଶ ରହିଛି। ଏଠାରେ ୧୩,୧୦ ଜଣ ସଂକ୍ରମିତ ଅଛନ୍ତି। ରାଜସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ୧୨,୨୯ ଥିବାବେଳେ ଗୁଜରାଟରେ ଏହି ସଂଖ୍ୟା ୧୦୯୯ ରହିଛି।

Share