Categories: ଜାତୀୟ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ ଛୁଇଁଲା: ୩୫ ଦିନ ପାଇଁ ବିଦେଶୀଙ୍କ ଉପରେ କଟକଣା

ନୂଆଦିଲ୍ଲୀ,୧୨।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୭୩ ଛୁଇଁଛି। ସୁରକ୍ଷା ଦୃଷ୍ଟିରୁ ଭାରତରେ ପ୍ରବେଶ ପାଇଁ ବିଦେଶୀ ନାଗରିକଙ୍କ ଉପରେ ୩୫ ଦିନିଆ କଟକଣା ଜାରି ହୋଇଛି। ସେମାନଙ୍କୁ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ଭାରତରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏହି ସମୟ ମଧ୍ୟରେ ଭିଜା ଏବଂ ଇ-ଭିଜାକୁ ରଦ୍ଦ କରାଯାଇଛି। ଇତିମଧ୍ୟରେ ଲକ୍ଷ୍ନୌରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାଙ୍କ ନମୂନା ପରୀକ୍ଷା ପଜେଟିଭ୍‌ ରହିଥିବା କୁହାଯାଉଛି। ସେହିପରି ପାଟନାରେ ୪ ଜଣ ସନ୍ଦିଗ୍ଧଙ୍କ ନମୂନା ଯାଞ୍ଚ୍‌ ଲାଗି ପଠାଯାଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା ବାର୍ତ୍ତା ପ୍ରସାରିତ ହେଉଛି।

Share