ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୨ ଛୁଇଁଲା: ମୃତ୍ୟୁ ସଂଖ୍ୟା ୧୦; ୪୪ ହେଲେଣି ସୁସ୍ଥ

ନୂଆଦିଲ୍ଲୀ,୨୪।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଭାରତରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୨ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୦ ଛୁଇଁଛି। ଚିକିତ୍ସା ପରେ ୪୪ ଜଣ ଲୋକ ସୁସ୍ଥ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ଲକ୍‌ ଡାଉନ୍‌ ଜାରି ହୋଇଛି। ଏହା ସହିତ ହାତ ଧୋଇବା, ମାସ୍କ୍‌ ବ୍ୟବହାର କରିବା ଆଦି ସଚେତନତା ବାର୍ତ୍ତା ଲୋକଙ୍କ ମଧ୍ୟରେ ପ୍ରସାରିତ ହେଉଛି।

Share