ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ଲକ୍ଷେ ୧୨ ହଜାର: ପ୍ରତି ୨ ଦିନରେ ୧୦ ହଜାରରୁ ଅଧିକ ନୂଆ ସଂକ୍ରମଣ

ନୂଆଦିଲ୍ଲୀ,୨୧।୫: ଭାରତରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଗୁରୁବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୧୨ ହଜାର ୪୪୨ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩ ହଜାର ୪୩୮ ଛୁଇଁଛି। ଅପରପକ୍ଷରେ ୪୫ ହଜାର ୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରତି ୨ ଦିନରେ ଏବେ ୧୦ ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ମେ ୧୫ରେ ସଂକ୍ରମିତଙ୍କ ସଂଖ୍ୟା ୮୫ ହଜାର ୮୫୫ ଥିଲା। ମେ ୧୭ରେ ଏହା ୯୫ ହଜାର ୬୯୮ ହୋଇଥିଲା। ମେ ୧୯ରେ ଏହା ଲକ୍ଷେ ୬ ହଜାର ୪୮୦ ଛୁଇଁଥିଲା। ସେହିପରି ପ୍ରତିଦିନ ସୁସ୍ଥ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଅଢ଼େଇ ହଜାରରୁ ଅଧିକ ରହିଛି। ଗତ ୭ ଦିନରେ ୧୯ ହଜାର ସଂକ୍ରମିତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share