ଭାରତରେ ଗଡ଼ିଲାଣି ୧୧୭ ମୁଣ୍ଡ: ତଥ୍ୟରେ ରହୁନି ତାଳମେଳ

ନୂଆଦିଲ୍ଲୀ,୬ା୪: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିବା ସହ ଏପର୍ଯ୍ୟନ୍ତ ୪,୨୮୮ ବ୍ୟକ୍ତିଙ୍କୁ ସଂକ୍ରମିତ କଲାଣି। ରବିବାର ରାତି ୧୨ ସୁଦ୍ଧା ମୋଟ ୧୧୭ ଜୀବନ ଯାଇଥିବା https://www.covid19india.orgର ତଥ୍ୟରୁ ଜଣାପଡ଼ିଛି। ରବିବାର କେବଳ ୬୦୪ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ଜଣଙ୍କ ମୃତ୍ୟୁ ଘଟିଥିବା ଉକ୍ତ ଓ୍ବେବ୍‌ସାଇଟ୍‌ ଦର୍ଶାଇଛି। କିନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରେ ମୃତ୍ୟୁସଂଖ୍ୟା ୯୯ ଦର୍ଶାଯାଇଛି। ଏହି ରିପୋର୍ଟରେ ଶନିବାରଠାରୁ ଏପର୍ଯ୍ୟନ୍ତ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୫ ନୂଆ ମାମଲା ସାମ୍ନାକୁ ଆସିଛି। ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି, ମୋଟ ୨୬୭ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। କେବଳ ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୬ ରହିଥିବା ବେଳେ ମହାରାଷ୍ଟ୍ରରେ ୭୪୮ରେ ପହଞ୍ଚିଛି। ତାମିଲନାଡ଼ୁରେ ସଂକ୍ରମିତଙ୍କ ସଂଖ୍ୟା ୫୭୧କୁ ବୃଦ୍ଧି ପାଇଛି।

Share