ନୂଆଦିଲ୍ଲୀ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡିନାହିଁ। କେବଳ ମଙ୍ଗଳବାର ୧୩ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଭାରତର ୧୫ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୨୭ ହୋଇଛି ବୋଲି କୁହାଯାଉଛି। ମହାରାଷ୍ଟ୍ରରେ ସର୍ବାଧିକ ୩୯ ଜଣ କରୋନାରେ ସଂକ୍ରମିତ ଥିବା ବେଳେ ମଙ୍ଗଳବାର ସେଠାରେ ଜଣେ ବୃଦ୍ଧଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାକୁ ନେଇ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩ ପହଞ୍ଚିଥିବାରୁ ଲୋକେ ଭୟଭୀତ ହୋଇ ଯାଇଛନ୍ତି।