Categories: ଜାତୀୟ

ଭାରତରେ ଚତୁର୍ଥ ମୁଣ୍ଡନେଲା କରୋନା: ସଂକ୍ରମିତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି

ନୂଆଦିଲ୍ଲୀ, ୧୯।୩ : ପ୍ରାଣଘାତୀ କରୋନା ଭାଇରସ୍‌ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ଏହା ଆଉ ଏକ ମୁଣ୍ଡ ଗଡ଼ାଇ ଥିବାବେଳେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ମୃତକ ଜଣକ ପଞ୍ଜାବର ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦିଲ୍ଲୀ, କର୍ନାଟକ, ମହାରାଷ୍ଟ୍ର ପରେ ପଞ୍ଜାବରେ କରୋନା ମୃତ୍ୟୁଲୀଳା ଦେଖିବାକୁ ମିଳିଛି। ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧୭୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୨୫ ବିଦେଶୀ ଥିବା ଜଣାପଡ଼ିଛି। ୧୭ ଜଣ ଇଟାଲିର ହୋଇଥିବା ବେଳେ ଫିଲିପାଇନ୍ସର ୩, ବ୍ରିଟେନର ୨, କାନାଡ଼ା, ଇଣ୍ଡୋନେସିଆ ଓ ସିଙ୍ଗାପୁରର ଜଣେ ଲେଖାଏ ଅଛନ୍ତି।

Share