Categories: ଜାତୀୟ

ଭାରତରେ ଚିହ୍ନଟ ହେଲେ ଆଉ ୨ କରୋନା ଭାଇରସ ସଂକ୍ରମିତ

ନୂଆଦିଲ୍ଲୀ,୨।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏବେ କରୋନା ଭାଇରସରେ ଭାରତର ଆଉ ୨ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିମଧ୍ୟରୁ ଜଣେ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟଜଣେ ତେଲେଙ୍ଗାନାର। ଦିଲ୍ଲୀର ବ୍ୟକ୍ତି ଜଣକ ନିକଟରେ ଇଟାଲୀରୁ ଫେରିଥିଲେ। ଯେଉଁଠି ଏବେ କରୋନା ଭାଇରସ ସଂକ୍ରମଣରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସେହିପରି ତେଲେଙ୍ଗାନା ବ୍ୟକ୍ତି ଜଣକ ନିକଟରେ ଦୁବଇ ଯାତ୍ରା କରିଥିବା ସୂଚନା ରହିଛି। ଏବେ ଉଭୟଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି।

Share