Categories: ଖେଳ

ଭାରତରେ ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ବେଶି

ଧର୍ମଶାଳା,୭।୯- ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଜିତି ଦୁଇ ଦଳ ସିଜନ ଆରମ୍ଭ କରିବାକୁ ଉଦ୍ୟମ କରିବେ। ତେବେ ରେକର୍ଡ ଦେଖିଲେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳର ବିଜୟ ସମ୍ଭାବନା ବେଶ୍‌ ଅଧିକ ରହିଛି। କାରଣ ଭାରତ ଘରୋଇ ମାଟିରେ କୌଣସି ଟି୨୦ ଅନ୍ତର୍ଜତୀୟ ମ୍ୟାଚ୍‌ରେ କଦାପି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିନାହିଁ। ଶେଷ ଥର ୨୦୧୫ରେ ଭାରତରେ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ୍‌ ଖେଳିଥିଲା। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଭ୍ରମଣକାରୀ ଦଳ ୨-୦ ବ୍ୟବଧାନରେ ଜିତି ନେଇଥିଲା। ସିରିଜ୍‌ର ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ଖେଳାଯାଇ ପାରି ନ ଥିଲା। ଏଥିପୂର୍ବରୁ ମଧ୍ୟ ଦକ୍ଷିଣ ଆଫ୍ରିକା ଭାରତ ମାଟିରେ ଆଉ ଏକ ଟି୨୦ ସିରିଜ୍‌ ଜିତିଥିଲା। ମୋଟ ଉପରେ ୬ ମ୍ୟାଚ୍‌ ଖେଳି ୪ ବିଜୟ ହାତେଇ ସାରିଛି। ଏଣୁ ଦ. ଆଫ୍ରିକା ଦଳର ଭାରତରେ ବିଜୟ ପ୍ରତିଶତ ୬୬.୬୭ ରହିଛି।

Share