ଭାରତରେ ଦେଢ଼ ଲକ୍ଷ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା: ମହାରାଷ୍ଟ୍ରରେ ୫୨ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ,୨୬।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜାରି ରହିଛି। ଖୁବ୍‌ ଶୀଘ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଛୁଇଁବ। ମଙ୍ଗଳବାର ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୪୫ ହଜାର ୪୫୬ ରହିଛି। ଏବେ ପ୍ରତିଦିନ ଦେଶରେ ନୂଆ ସଂକ୍ରମିତଙ୍କ ପ୍ରାୟ ୬ ହଜାର ୫୦୦ ହାରରେ ବୃଦ୍ଧି ପାଉଛି। ତେଣୁ ଗୋଟିଏ ଦିନ ମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୫୦ ହଜାର ଛୁଇଁବାର ଆଶଙ୍କା ରହିଛି। ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪ ହଜାର୧୭୨ ଛୁଇଁଛି। ସେହିପରି ୬୦ହଜାର ୭୦୬ ସୁସ୍ଥ ହୋଇ ସାରିଛନ୍ତି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ୬୬୭ ଛୁଇଁଛି। ଏଠାରେ ମୃତକଙ୍କ ସଂଖ୍ୟା ୧,୬୯୫ ରହିଛି। ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ପଛକୁ ତାମିଲନାଡୁ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୮୨ ରହିଛି। ସେହିପରି ମୃତକଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ସଂକ୍ରମିତ ରାଜ୍ୟ ତାଲିକାରେ ଗୁଜରାଟ ତୃତୀୟ ସ୍ଥାନରେ ରହିଛି। ଗୁଜରାଟରେ ସଂକ୍ରମିତଙ୍କ ସଂଖ୍ୟା ନେଇ ୧୪ ହଜାର ୪୬୦ ରହିଛି। ତାଲିକାରେ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଥିବାବେଳେ ପଞ୍ଚମ ସ୍ଥାନରେ ରାଜସ୍ଥାନ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୧୪ ହଜାର ୫୩ ଏବଂ ୭ ହଜାର ୩୦୦ ରହିଛି।

Share