ଭାରତରେ ପରିବେଶ ସୁରକ୍ଷା କାର୍ଯ୍ୟ କରୁଛନ୍ତି ବିଦେଶିନୀ

କୋବଲମ୍‌,୨୯।୨: ଦେଶରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସରକାର ତଥା ବିଭିନ୍ନ ସେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟ ଜାରି ରହିଛି। ତେବେ କେରଳରେ ଜଣେ ବିଦେଶନୀ କୋବଲମ୍‌ ସମୁଦ୍ର କୂଳରୁ ନାନା ବର୍ଜ୍ୟବସ୍ତୁ ହଟାଇବା କାର୍ଯ୍ୟ କରୁଛନ୍ତି। ଗତ ୨୫ ବର୍ଷ ଧରି ଭାରତକୁ ବୁଲି ଆସୁଥିବା ଜର୍ମାନୀର ଗାବ୍ରିଏଲ୍‌ ଓଲେସ୍ଲେଗର କୋବଲମ୍‌କୁ ନିଜର କର୍ମଭୂମି ଭାବେ ଗ୍ରହଣ କରି ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରସାର କରିବା ସହିତ ଏଠାରେ ବହୁ ପରିବର୍ତ୍ତନ ଆଣିପାରିଛନ୍ତି। ଗାବ୍ରିଏଲ୍‌୍‌ଙ୍କର ଏକ ଆର୍ଟ ଷ୍ଟୁଡ଼ିଓ ରହିଛି। ସେ ସମୁଦ୍ରକୂଳରୁ ମିଳୁଥିବା ବର୍ଜ ପଦାର୍ଥରୁ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ପଦାର୍ଥ ପ୍ରସ୍ତୁତ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ ଗାବ୍ରିଏଲ୍‌ ଦେବଦୂତ ପାଲଟିଛନ୍ତି। ତାଙ୍କ ଉଦ୍ୟମରେ ସମୁଦ୍ର ବେଳାଭୂମି ପରିସ୍କାର ରହିପାରିଛି।

Share