Categories: ଜାତୀୟ

ଭାରତରେ ପିଆଜ କିଲୋ ୫୦: ଜାଣନ୍ତୁ ବାଂଲାଦେଶ, ପାକିସ୍ତାନରେ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ,୭।୧୦: ଗତ କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ ଦର ଏବେ କିଲୋ ପିଛା ୫୦ ଟଙ୍କା ଟପିଛି। ଫଳରେ ସରକାର ଅନ୍ୟ ଦେଶକୁ ପିଆଜ ରପ୍ତାନି ବନ୍ଦ କରିଦେଇଛନ୍ତି। ଏହାର ପ୍ରଭାବ ପଡୋଶୀ ଦେଶଗୁଡିକ ଉପରେ ପଡିଛି। ଭାରତରେ ପିଆଜ କିଲୋ ୫୦ରୁ ଊର୍ଦ୍ଧ୍ୱ ଟଙ୍କା ଥିବାବେଳେ ବାଂଲାଦେଶରେ କିଲୋ ପିଛା ୧୧୦ରୁ ୧୨୦ ଟଙ୍କାରେ ପହଞ୍ଚିଛି। ସେହିପରି ପାକିସ୍ତାନରେ ପିଆଜ କିଲୋ ୧୦୦ ଟଙ୍କା ରହିଛି। ସୂଚନାଯୋଗ୍ୟ, ତିନିଦିନିଆ ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ବାଂଲାଦେଶରେ ପିଆଜ ଦର ଶତକ ମାରିବା ପରେ ଏହାକୁ ବ୍ୟଙ୍ଗ କରି କହିଥିଲେ, ଭାରତରୁ ପିଆଜ ରପ୍ତାନି ବନ୍ଦ ହେବା ପରେ ଆମ ପାଇଁ ଅନେକ ସମସ୍ୟା ଦେଖାଦେଇଛି। କ’ଣ ପାଇଁ ବ୍ୟାନ୍‌ ହୋଇଛି ମୁଁ ଜାଣେନି। ମୁଁ ମୋ ରୋଷେୟାଙ୍କୁ କିନ୍ତୁ କହିଛି ବିନା ପିଆଜରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ। ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଉପସ୍ଥିତ ବ୍ୟକ୍ତି ମଧ୍ୟ ହସି ଦେଇଥିଲେ।

Share