Categories: ଜାତୀୟ

ଭାରତରେ ପ୍ରଥମ ରଙ୍ଗ ବଦଳାଉଥିବା ବିରଳ ମାଛର ସନ୍ଧା

କୋଚି,୨।୬: ସେଣ୍ଟ୍ରାଲ ମେରାଇନ ମତ୍ସ୍ୟ ପ୍ରତିଷ୍ଠାନ (ସିଏମ୍‌ଏଫ୍‌ଆର୍‌ଆଇ) ର ବୈଜ୍ଞାନିକମାନେ ଏକ ବିରଳ ମାଛର ସନ୍ଧାନ କରିଛନ୍ତି। ଏହି ମାଛ ନିଜର ରଙ୍ଗ ପରିବର୍ତ୍ତନ କରିବା ସହ ବିଷାକ୍ତ ମଧ୍ୟ ଅଟେ। ପ୍ରଥମ ଥର ପାଇଁ ଏପରି ଏକ ମାଛ ଭାରତୀୟ ଜଳଉତ୍ସରେ ସନ୍ଧାନ କରାଯାଇଛି। ଏହି ମାଛର ନାମ ହେଉଛି ସ୍କର୍ପିଓନ୍‌ଫିସ୍‌। ଶିକାର ଏବଂ ଉଦ୍ଧାର ସମୟରେ ଏହି ମାଛ ଏହାର ରଙ୍ଗ ବଦଳାଇପାରେ। ଏହି ମାଛର ମେରୁଦଣ୍ଡ ହାଡରେ ବିଷ ଅଛି। ଯଦି ଏହା ଯତ୍ନର ସହ ଧରାଯାଏ ନାହିଁ ତେବେ ଏହାର ବିଷ ଭାରି କ୍ଷତି ଘଟାଇପାରେ। ସିଏମ୍‌ଏଫ୍‌ଆର୍‌ଆଇର ବୈଜ୍ଞାନିକ ଜେୟାଭାସ୍କରନ୍‌ କହିଛନ୍ତି, ମେରୁଦଣ୍ଡ ହାଡରେ ନ୍ୟୁରୋଟକ୍ସିକ୍‌ ବିଷ ରହିଥାଏ। ଏହା ମଣିଷ ଶରୀରକୁ ଗଲେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ପ୍ରଥମେ ଏହି ମାଛ ମନ୍ନାର ଜଳଉତ୍ସରେ ଘାସ ତଳେ ଲୁଚି ଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ମାଛଟି ଏକ ସ୍କେଲିଟନ ଶିକାର କରୁଥିଲା। ମାଛଟି ମାତ୍ର ୪ ସେକେଣ୍ଡ୍‌ରେ ନିଜ ରଙ୍ଗ ବଦଳାଇ ଦେଇଥିଲା।

Share