Categories: ଜାତୀୟ

ଭାରତରେ ପ୍ରବେଶ ପାଇଁ ଆବଶ୍ୟକ ସ୍ବାସ୍ଥ୍ୟ ପ୍ରମାଣପତ୍ର

ନୂଆଦିଲ୍ଲୀ,୬ା୩(ପି.ଟି.): ଭାରତ ସରକାର ଭିଜା ଉପରେ ଅତିରିକ୍ତ କଟକଣା ଜାରି କରିଛନ୍ତି। କରୋନା ସଂକ୍ରମିତ ଇଟାଲୀ ଏବଂ ଦକ୍ଷିଣ କୋରିଆରୁ ଆସିଥିବା କିମ୍ବା ସେଠାକୁ ଯାଇଥିବା ବ୍ୟକ୍ତି ଭାରତରେ ପ୍ରବେଶ କରିବାକୁ ହେଲେ ସେମାନଙ୍କୁ କରୋନା ନେଗେଟିଭ୍‌ ପ୍ରମାଣପତ୍ର ଦେଖାଇବାକୁ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ଘୋଷଣା କରାଯାଇଛି। ମାର୍ଚ୍ଚ ୧୦ ତାରିଖଠାରୁ କରୋନା ସଂକ୍ରମଣ ହ୍ରାସ ପାଇବା ପର୍ଯ୍ୟନ୍ତ ଏହି କଟକଣା ସାମୟିକ ଭାବେ ଲାଗୁ ହେବ। ସରକାର ଦୁଇଦିନ ପୂର୍ବରୁ ଇଟାଲୀ, ଇରାନ ଓ ଦକ୍ଷିଣ କୋରିଆ ଏବଂ ଜାପାନ ନାଗରିକଙ୍କ ପାଇଁ ସମସ୍ତ ନିୟମିତ ଓ ଇ-ଭିଜାକୁ ସ୍ଥଗିତ ରଖିଥିଲେ। ଗତମାସଠାରୁ ଚାଇନା ନାଗରିକଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ ହୋଇଥିଲା।

Share