ଶ୍ରୀନଗର,୨୩।୧୦: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏବେ ଆଇଏସ୍ଆଇ କଶ୍ମୀର-ଖଲିସ୍ତାନୀ ଆତଙ୍କବାଦୀ ସଂଗଠନର ମିଳିତ ସହଯୋଗରେ କଶ୍ମୀର-ଖଲିସ୍ତାନ ରିଫରେଣ୍ଡମ୍ ଫ୍ରଣ୍ଟ୍(କେକେଆର୍ଏଫ୍) ଗଠନ କରିଛି। ଏହା ସହିତ ପାକିସ୍ତାନ ଆର୍ମି ସହଯୋଗରେ ଆଇଏସ୍ଆଇ ବିଚ୍ଛିନ୍ନତାବାଦୀଙ୍କୁ ଏହି ନୂଆ ସଂଗଠନରେ ସାମିଲ୍ କରାଇବାକୁ ପ୍ରୟାସ ଜାରି ରଖିତ୍ଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନ ପକ୍ଷରୁ ରିଫରେଣ୍ଡମ୍ ୨୦୨୦ ନାମକ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ଏହା ଅନ୍ତର୍ଗତ ଭାରତରେ ଅଶାନ୍ତି ସୃଷ୍ଟି ପାଇଁ ଷଡ଼ଯନ୍ତ୍ର ରଚାଯାଇଛି।
Posted inଜାତୀୟ