Categories: ଜାତୀୟ

ଭାରତରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ

ଫତେହାବାଦ୍‌,୧୨।୧୨: ଭାରତର ହରିୟାଣାରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ। ଏହି ସାଂସଦ ଜଣକ ହେଉଛନ୍ତି ଦଓ୍ବାୟାରାମ। ପାକିସ୍ତାନରୁ ବିତାଡ଼ିତ ହୋଇ ସେ ଏବେ ଫତେହାବାଦ୍‌ର ରତନଗଡ଼ରେ ବାସ କରୁଛନ୍ତି। ସେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ସମୟରେ ସାଂସଦ ଥିଲେ। ତେବେ ସାଂସଦ ହେବାର ୧୫ ଦିନ ପରେ କିଛି ଲୋକ ତାଙ୍କ ପରିବାରର ଜଣେ ଝିଅଙ୍କୁ ଅପହରଣ କରି ନେଇଥିଲେ। ତାଙ୍କୁ ସଂରକ୍ଷିତ ସାଂସଦ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏହାପରେ ଦଓ୍ବାୟାରାମ କୋର୍ଟରେ ଏକ ଆବେଦନ କରିଥିଲେ। କୋର୍ଟ ଏହାର ବିଚାର କରି ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ। ନିର୍ଯାତିତ ହୋଇ ସେ ଶରଣାର୍ଥୀ ଭାବେ ଭାରତକୁ ଆସିଥିଲେ। ଏବେ ଭାରତର ନାଗରିକ ହୋଇଥିବାରୁ ସେ ବିଭିନ୍ନ ସରକାରୀ ଯୋଜନାର ଲାଭ ନେବାକୁ ଆଶା କରିଛନ୍ତି।

Share