Categories: ଜାତୀୟ

ଭାରତରେ ବୁର୍ଖା ନିଷେଧ ପାଇଁ ଦାବି କଲା ଶିବସେନା

ମୁମ୍ବାଇ,୧।୫: ଶିବସେନା ଭାରତରେ ବୁର୍ଖା ପିନ୍ଧିବା ଉପରେ କଟକଣା ଜାରି କରିବାକୁ ଦାବି କରିଛି। ଶ୍ରୀଲଙ୍କାରେ ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥିବାବେଳେ ଭାରତ ମଧ୍ୟ ଏହା କରାଯିବା ଆବଶ୍ୟକ ବୋଲି ଶିବସେନା କହିଛି। ତେବେ ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଉଠାଓ୍ବଲେ କହିଛନ୍ତି ଯେ, ଏହା ଭାରତରେ ବାସ କରୁଥିବା ମୁସଲମାନ ମହିଳାଙ୍କର ଏକ ପରମ୍ପରା। ଏହାକୁ ନିଷେଧ କରାଯାଇ ପାରିବ ନାହିଁ। ସବୁ ମହିଳା ଆତଙ୍କବାଦୀ ସଂଗଠନ ସହିତ ଜଡିତ ନୁହଁନ୍ତି। ଆବଶ୍ୟକ ସ୍ଥଳେ ବୁର୍ଖା ଉଠାଇ ମଧ୍ୟ ଯାଞ୍ଚ୍‌ କରାଯାଇପାରିବ। ତେଣୁ ଏହି ପରମ୍ପରା ଉପରେ ବ୍ୟାନ୍‌ ଲଗାଇବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

Share