Categories: ଜାତୀୟ

ଭାରତରେ ରହି ପାକିସ୍ତାନର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇ ପାରିବ: ରାଜନାଥ

କର୍ନାଲ,୧୩।୧୦: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରବିବାର ହରିୟାଣା କର୍ନାଲରେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ଯୁଦ୍ଧ ବିମାନ ରାଫାଲ କଥା ଉଠାଇଛନ୍ତି। ସେ କହିଛନ୍ତି ଯଦି ଭାରତ ନିକଟରେ ରାଫାଲ ଅଛି ତେବେ ପାକିସ୍ତାନର ବାଲାକୋଟ ଯାଇ ଆଉ ଏୟାର ଷ୍ଟ୍ରାଇକ୍‌ କରିବା ଆବଶ୍ୟକ ପଡିବ ନାହିଁ। କାରଣ ଭାରତରେ ବସି ରାଫାଲ ସାହାଯ୍ୟରେ ଆମେ ପାକିସ୍ତାନର ଆତଙ୍କବାଦୀ ଶିବିରକୁ ସହଜରେ ଧ୍ୱଂସ କରିଦେଇ ପାରିବା। ରାଫାଲ ଗ୍ରହଣ କରିବା ବେଳେ ସେଥିରେ ଓଁ ଲେଖିବା ପୂଜା କରିବା କିଛି ଭୁଲ୍‌ ଘଟଣା ନ ଥିଲା। ହେଲେ କଂଗ୍ରେସ ନେତାମାନେ ରାଫାଲ ଭଳି ଯୁଦ୍ଧ ବିମାନକୁ ସ୍ବାଗତ ଜଣାଇବା ପରିବର୍ତ୍ତେ ଏହାର ପୂଜାର୍ଚ୍ଚନାକୁ ନେଇ ଉପହାସ କରିବା ଦୁଃଖର ବିଷୟ ବୋଲି ରାଜନାଥ କହିଛନ୍ତି। ଏହା ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ। ତେଣୁ ଏହା କୌଣସି ସାଧାରଣ ବିମାନ ନୁହେଁ। ହେଲେ କଂଗ୍ରେସର ଏହି ମନୋଭାବକୁ ସେ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ଦଶହରା ଅବସରରେ ରାଜନାଥ ଫ୍ରାନ୍ସ ଯାଇ ଚୁକ୍ତି ଅନୁଯାୟୀ ସେଠାରେ ସେ ପ୍ରଥମ ରାଫଲ ବିମାନକୁ ଗ୍ରହଣ କରିଥିଲେ।

Share