Categories: ଜାତୀୟ

ଭାରତରେ ଷ୍ଟେଜ ୨ରେ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଲାଣି। ହାତ ଗଣତି କିଛି ଦେଶକୁ ଛାଡିଦେଲେ ଏବେ ଏହା ପ୍ରାୟ ୧୪୫ ଦେଶରେ ଦେଖାଦେଇଛି। ଭାରତରେ କରୋନା ଭାଇରସ ସଂକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମୟ କ୍ରମେ ଏହାର ସଂକ୍ରମଣ ବଢିବାରେ ଲାଗିଛି। ଏବେ ୮୬ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ସରକାରୀ ଭାବେ କୁହାଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଭାରତରେ ଏବେ କରୋନା ଷ୍ଟେଜ ୨କୁ ଚାଲି ଆସିଛି। ହେଲେ ଏହା କିପରି ଷ୍ଟେଜ ୩କୁ ନ ଯାଏ ଏବେଠାରୁ ଏଥିପ୍ରତି ସଚେତନା ରହିବା ଜରୁରୀ। ସରକାରଙ୍କ ଏଥିପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଆଉ ୩୦ ଦିନ ମଧ୍ୟରେ ଯଦି ଏହା ଆୟତ୍ତକୁ ନ ଆସିବ ତେବେ ଏହା ଆଗାମୀ ଦିନରେ ଆହୁରି ଅଧିକ ମାତ୍ରାରେ ବ୍ୟାପିଯାଇ ପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚର ନିର୍ଦ୍ଦେଶକ ବଳରାମ ଭାର୍ଗଭ କହିଛନ୍ତି ଭାରତରେ ଏବେ କରୋନା ଷ୍ଟେଜ ୨ରେ ରହିଛି। ଆଉ ସରକାରଙ୍କ ପାଖରେ ମାତ୍ର ୩୦ ଦିନ ବାକି ରହିଛି।

Share