Categories: ଜାତୀୟ

ଭାରତରେ ସକ୍ରିୟ ହେବା ଲାଗି ଅଲ୍‌-କାଏଦାର ଉଦ୍ୟମ: ଅଡ଼ିଓ-ଭିଡ଼ିଓ ଟେପ୍‌ ଜାରି

ନୂଆଦିଲ୍ଲୀ,୨୯।୧: ଭାରତରେ ସକ୍ରିୟ ହେବା ଲାଗି ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ଉଦ୍ୟମ ଜାରି ରଖିଛି। ଏନେଇ ଯୁବବର୍ଗଙ୍କ ବ୍ରେନ୍‌ ଓ୍ବାଶ୍‌ କରିବା ପାଇଁ ଏହାର ସଦସ୍ୟ ଓସାମା ମହମୁଦ୍‌ ଏକ ଅଡ଼ିଓ-ଭିଡ଼ିଓ ଟେପ୍‌ ଜାରି କରିଛନ୍ତି। ଏଥିରେ ସେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଛନ୍ତି। ଏହି ଭାଷଣ ମାଧ୍ୟମରେ ସେ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ନିଜର ମତ ଦେଇ ଭାରତୀୟ ଯୁବବର୍ଗଙ୍କୁ ପ୍ରଭାବିତ କରିବାର ପ୍ରୟାସ କରୁଥିବା କୁହାଯାଉଛି। ନିଜ ଭାଷଣରେ ଓସାମା ରୋହିଙ୍ଗ୍ୟା ମୁସଲମାନ୍‌ଙ୍କ ସମ୍ପର୍କରେ ମଧ୍ୟ କେତେକ ସୂଚନା ଦେଇଛନ୍ତି। ଏହି ଟେପ୍‌ ଜାରି ହେବା ପରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Share