Categories: ଜାତୀୟ

ଭାରତରେ ହୋଇପାରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ,୧୦।୧୧: ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଭାରତରେ ବଡ ଧରଣର ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିଛି। କେତେ ଗୁଡିଏ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସୂଚନା ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି। ମିଲେଟ୍ରି ଇଣ୍ଟଲିଜେନ୍ସ, ଦି ରିସର୍ଚ୍ଚ ଆଣ୍ଡ ଆନାଲିସିସ ଓ୍ବିଙ୍ଗ(ର) ଓ ଇଣ୍ଟଲିଜେନ୍ସ ବ୍ୟୁରୋ(ଆଇବି) ପକ୍ଷରୁ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି। ଶନିବାର ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ଉପରେ ଐତିହାସିକ ରାୟ ଦେବା ପରେ ଏବେ ଆତଙ୍କବାଦୀ ସଙ୍ଗଠନ ଗୁଡିକ ଆକ୍ରମଣ ଯୋଜନା କରୁଥିବା ସନ୍ଦେହ କରାଯାଉଛି। ଏଥିପାଇଁ ସୁରକ୍ଷା ଏଜେନ୍ସି ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହାକୁ ନେଇ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ଘରେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଥିବା ଜଣାପଡିଛି।

Share