ନୂଆଦିଲ୍ଲୀ,୩୧। ୩: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଭାରତରେ ୧୦୦ ନିୟୁତ ଡଲାର ନିବେଶ କରିବ। ଜାତୀୟ ଭିତ୍ତିଭୂମି ଏବଂ ନିବେଶ ପାଣ୍ଠି (ଏନ୍ଆଇଆଇଏଫ୍)ରେ ଏହି ନିବେଶ କରିବା ନେଇ ଏଡିବି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏବେ କରୋନା ଯୋଗୁ ଦେଶର ସ୍ଥିତି ସଙ୍କଟରେ ରହିଥିବାରୁ ଉକ୍ତ ନିବେଶ ଭାରତକୁ ଆର୍ଥତ୍କ କାର୍ଯ୍ୟକଳାପ ତ୍ୱରାନ୍ବିତ କରିବା ଦିଗରେ ସହାୟକ ହେବ ବୋଲି କୁହାଯାଇଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଏଡିବିର ଏହି ନିବେଶ ଭାରତ ଲାଗି ଅନେକ ଗୁରୁତ୍ୱ ବହନ କରିବ ବୋଲି ଏନ୍ଆଇଆଇଏଫ୍ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସୁଜୟ ବୋଷ କହିଛନ୍ତି।