ଭାରତରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ସ୍ବାଗତ କରିବେ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ରେ ଭାରତ ଗସ୍ତରେ ଆସିବେ। ଭାରତରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ତାଙ୍କୁ ସ୍ବାଗତ କରିବେ ବୋଲି ଟ୍ରମ୍ପ ଆଗୁଆ ସୂଚନା ଦେଇଛନ୍ତି। ପୂର୍ବରୁ ତାଙ୍କୁ ୭୦ ଲକ୍ଷ ଲୋକ ସ୍ବାଗତ କରିବା ପାଇଁ ଉପସ୍ଥିତ ରହିବେ ବୋଲି କହିଥିଲେ। ଏବେ ନିଜ ମନ୍ତବ୍ୟରେ ପରିବର୍ତ୍ତନ କରି ଆଉ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଯୋଗଦେବେ ବୋଲି ସେ କହିଛନ୍ତି।
ଏକ ର଼୍ୟାଲିକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ଭାରତରେ ତାଙ୍କ ଭବ୍ୟ ସ୍ବାଗତ କରାଯିବ। ମୁଁ ଶୁଣିଛି ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ତାଙ୍କୁ ସ୍ବାଗତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏକଥା କହିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପ ଭାରତ ଗସ୍ତ କାଳରେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜିତ ହେବ।

Share