Categories: ଜାତୀୟ

ଭାରତରେ ୨୬/୧୧ ଭଳି ଆକ୍ରମଣ କରିବା ପାଇଁ ଭଟକଲ ବନ୍ଧୁଙ୍କ ସହାୟତା ଲୋଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୭।୧୦: ଭାରତରେ ୨୬/୧୧ ଭଳି ଆକ୍ରମଣ କରିବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ୨୦୦୮ଠାରୁ ପାକିସ୍ତାନରେ ଆଡ୍ଡା ଜମେଇ ବସିଥିବା ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ସଂଗଠନର ସଂସ୍ଥାପକ ରିୟାଲ ଭଟକଲ ଏବଂ ଇକବାଲ୍‌ ଭଟକଲଙ୍କୁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦାୟିତ୍ୱ ଦେଇଛି। ଏହା ସହିତ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହିତ ମଧ୍ୟ ଆଇଏସ୍‌ଆଇ ହାତ ମିଳାଇଛି। ଭାରତରେ ଆକ୍ରମଣ ପାଇଁ ଭଟକଲ ବନ୍ଧୁ ଆଜମଗଡ଼ ଆକ୍ରମଣ ଭଳି ଷଡ଼ଯନ୍ତ୍ର ରଚିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଭଟକଲ ବନ୍ଧୁଙ୍କ ଇସାରାରେ ଭାରତରେ ଅନୁପ୍ରବେଶ ଲାଗି ଯୋଜନା କରାଯାଇଥିବା ରିପୋର୍ଟରେ କୁହାଯାଇଛି।

Share