ଭାରତରେ ୩ ମାସ ରହିବ କରୋନା ଭୂତାଣୁ !

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ ତେବେ କରୋନାଠାରୁ ଦୂରେଇ ରହିବାକୁ ସବୁ ସ୍ତରରେ ଚେଷ୍ଟା ଚାଲିଥିବା ବେଳେ ଶୁକ୍ରବାର ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ନିର୍ଦ୍ଦେଶକ ଡାକ୍ତର ରମଣ ଆର୍‌ ଗଙ୍ଗାଖେଡକର କହିଛନ୍ତି ଭାରତରେ କରୋନା ଭାଇରସ ୩ ମାସ ପର୍ଯ୍ୟନ୍ତ ରହିବ। ଏଥିରେ ଶୀଘ୍ର ପରିବର୍ତ୍ତନ ଆସିବ ନାହିଁ। ଏବେ ଯେକୌଣସି ଭ୍ୟାକସିନ୍‌ ଆସିଲେ ମଧ୍ୟ ଏହା ଭବିଷ୍ୟତରେ କାମ କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ କୌଣସି ଔଷଧ ଆସି ନ ଥିବା ବେଳେ ଏହାକୁ ନେଇ ସାରା ବିଶ୍ୱରେ ଗବେଷଣା ଜାରି ରହିଛି।

Share