Categories: ଜାତୀୟ

ଭାରତରେ ୪୧ ହଜାର ପାକିସ୍ତାନୀ

ନୂଆଦିଲ୍ଲୀ, ୧୭ା୭(ପି.ଟି.): ଭାରତରେ ୪୧,୩୩୧ ପାକିସ୍ତାନୀ ଓ ୪,୧୯୩ ଆଫଗାନିସ୍ତାନ ନାଗରିକ ଦୀର୍ଘଦିନ ହେବ ରହିଆସୁଛନ୍ତି ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକ ସଭାରେ ପ୍ରକାଶ କରିଛନ୍ତି। ଏହି ଦୁଇ ଦେଶରେ ଅସୁବିଧାର ସମ୍ମୁଖୀନ ହେଉଥିବା ୬ଟି ସଂଖ୍ୟାଲଘୁ ଧାର୍ମିକ ସମ୍ପ୍ରଦାୟର ଅଧିବାସୀ ଭିଜା ଜରିଆରେ ଭାରତରେ ରହିଆସୁଥିବା ସେ କହିଛନ୍ତି। ସେହିଭଳି ଆସାମରେ ୧.୧୭ ଲକ୍ଷ ଲୋକଙ୍କୁ ମାର୍ଚ୍ଚ ସୁଦ୍ଧା ଟ୍ରିବ୍ୟୁନାଲ ବିଦେଶୀ ଘୋଷଣା କରିଥିବା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ କହିଛନ୍ତି।

Share