Posted inଜାତୀୟ

ଭାରତରେ ୫-ଜି ସୁବିଧା ମିଳିବାରେ ହେବ ବିଳମ୍ବ !

ନୂଆଦିଲ୍ଲୀ,୨।୬: ଭାରତରେ ୫-ଜି ସୁବିଧା ମିଳିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଦେଶରେ ମୋବାଇଲ୍‌ ଇନଫ୍ରାଷ୍ଟକଚର କାର୍ଯ୍ୟ ଧୀରେ ଧୀରେ ହେଉଥିବାରୁ ୨୦୨୦ ସୁଦ୍ଧା ମଧ୍ୟ ଭାରତରେ ୫-ଜି ସୁବିଧା ମିଳି ପାରିବ ନାହିଁ ବୋଲି କୁହାଯାଉଛି। ମୋଦି ସରକାର ଶୀଘ୍ର ଏହି ସୁବିଧା ଉପଲବ୍ଧ ପାଇଁ ଯୋଜନାକରୁଥିବାବେଳେ ଆଇଡିଆ-ଭୋଡ଼ାଫୋନ୍‌ ତଥ। ଭାରତୀ ଏୟାରଟେଲ୍‌ ଅତ୍ୟଧିକ ଋଣ ବୋଝ ଯୋଗୁ କମ୍‌ ନେଟଓ୍ବାର୍କରେ ନିବେଶ କରିଛନ୍ତି। ୫-ଜି ସୁବିଧାକୁ ସଫଳ କରିବା ପାଇଁ ଫାଇବର, ଛୋଟ ସେଲ୍‌ ଏବଂ ମୋବାଇଲ୍‌ ଟାଓ୍ବାରରେ ଅଧିକ ନିବେଶ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ୨୦୨୨ ସୁଦ୍ଧା ଫାଇବର ଲାଇନ ୫ ଗୁଣା ବଢ଼ାଇ ୭.୫ ନିୟୁତ କରିବା ଆବଶ୍ୟକ। ଆଇସିଆର୍‌ଏ ଅନୁସାରେ ହାଇ ସ୍ପିଡ୍‌ ପାଇଁ ୬୦ ପ୍ରତିଶତ ଟାଓ୍ବାରକୁ ଫାଇବର କରାଇବା ଜରୁରୀ। ସମ୍ପ୍ରତି ଭାରତରେ ୫ ଲକ୍ଷ ଟାଓ୍ବାର ରହିଛି। ସେଥିମଧ୍ୟରୁ ୨୨ ପ୍ରତିଶତ ଫାଇବରଯୁକ୍ତ। ଅପରପକ୍ଷରେ ଚାଇନାରେ ୮୦ ପ୍ରତିଶତ ଫାଇବର ଟାଓ୍ବାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପାଣି ନାହିଁ ବୋଲି ମିଳୁନି ବୋହୂ

ନବରଙ୍ଗପୁର,୧୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅଧୀନ ବଡ଼ବାର୍ଲି ଗଁାରେ ବର୍ଷ ବର୍ଷ ଧରି ଲାଗିରହିଛି ପାଣି ସମସ୍ୟା। ପ୍ରାୟ ୨...

ଏଇ ଭାରତରେ

ମହାରାଷ୍ଟ୍ରର ଏଭଳି ଅନେକ ଆଦିବାସୀବହୁଳ ଗାଁଗୁଡ଼ିକରେ ସୌରଶକ୍ତି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି କେମିକାଲ ଇଞ୍ଜିନିୟର ତନବୀର ଇନାମଦାର। କେବଳ ଏତିକି ନୁହେଁ, ସେ ପାହାଡ଼ ଉପରେ...

ବଞ୍ଚିବାକୁ ଦିଅ

ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ଆଇଟି ପାର୍କ ନିର୍ମାଣ ପାଇଁ ୪ ଶହ ଏକର ଜଙ୍ଗଲକୁ ବୁଲ୍‌ଡୋଜର ଲଗେଇ ରାତାରାତି ସଫା କରିବାର ଅମାନବୀୟ...

ଚାଇନାରେ ବିବାହ ସଙ୍କଟ

ଗତବର୍ଷ ଚାଇନାରେ ନୂଆ ବିବାହ ସଂଖ୍ୟା ଏକ ପଞ୍ଚମାଂଶ ହ୍ରାସ ପାଇଥିଲା। ଫଳରେ ୨୦୨୪ରେ ଥିବା ଜନ୍ମସଂଖ୍ୟା ୯.୫୪ ମିଲିୟନ ତୁଳନାରେ ୨୦୨୫ରେ ୭.୩ରୁ ୭.୮...

Featured Video Play Icon

‘ପରିବେଶକୁ ଯୁବପିଢ଼ି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ’

ଭୁବନେଶ୍ୱର,୧୧ା୪: ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ଦେଶ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶର ସୁରକ୍ଷା ପାଇଁ ଅନେକ କ୍ଷେତ୍ରରେ ପଦକ୍ଷେପ ନିଆଯାଉଥିବାବେଳେ, ‘ଧରିତ୍ରୀ...

ଦିଲ୍ଲୀର ବିଜୟ ଧାରା ଜାରି

ବେଙ୍ଗାଲୁରୁ,୧୦ା୪: ବୋଲରଙ୍କ ମାପଚୁପ ବୋଲିଂ ଏବଂ ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ...

ମେ ୧୮ରୁ କଳିଙ୍ଗ ବ୍ଲାକ୍‌ ଟାଇଗର୍ସର ଅଭ୍ୟାସ

ଭୁବନେଶ୍ୱର, ୧୦।୪(ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ ଓ ଜିଏମ୍‌ଆର୍‌ର ମିଳିତ ଆନୁକୂଲ୍ୟରେ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସ(ମୁମ୍ବାଇ ଫୁଟ୍‌ବଲ ଆରେନା)ରେ ଆସନ୍ତା...

ଏହି ତାରିଖ ଦିନ ସୁପ୍ରିମକୋର୍ଟରେ ହେବ ଓ୍ବକ୍‌ଫ ଶୁଣାଣି

ନୂଆଦିଲ୍ଲୀ,୧୦।୪: ଓ୍ବକ୍‌ଫ ସଂଶୋଧନ ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ପିଟିଶନଗୁଡ଼ିକର ଏକତ୍ର ଶୁଣାଣି ସୁପ୍ରିମକୋର୍ଟରେ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image