Categories: ଫୁରସତ

ଭାରତରେ ୬ଥର ପାଳନ କରାଯାଏ ନବବର୍ଷ

ପ୍ରତିବର୍ଷ ଜାନୁୟାରୀ ୧ ତାରିଖକୁ ନୂଆବର୍ଷ ଭାବେ ସାରା ବିଶ୍ୱରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ହେଲେ ଭାରତର ନୂଆବର୍ଷ ପାଳନ ସବୁଠାରୁ ଅଲଗା। ଏଠାରେ ବର୍ଷକରେ ୬ ଥର ନୂଆବର୍ଷ ପାଳନ କରାଯାଏ। ଏଠାରେ ସବୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାରୁ ଏମିତି କିଛି ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ।

ଇସାଇ ନବବର୍ଷ
ଜାନୁୟାରୀ ୧ ତାରିଖକୁ ଇସାଇ ଧର୍ମର ଲୋକେ ନବବର୍ଷ ପାଳନ କରନ୍ତି। ପ୍ରଥମ କରି ୧୫୮୨ରେ ନବବର୍ଷ ପାଳନ କରାଯାଇଥିବା ବେଳେ ଏହି ବର୍ଷଠାରୁ ଇସାଇମାନେ ନୂଆବର୍ଷ ପାଳନ କରି ଆସୁଛନ୍ତି। ଇସାଇଙ୍କର ଏହି କ୍ୟାଲେଣ୍ଡରକୁ ଗ୍ରେଗୋରିୟନ କ୍ୟାଲେଣ୍ଡର କୁହାଯାଏ।

ପାର୍ସୀ ନବବର୍ଷ
ପାର୍ସି ସମୁଦାୟର ଲୋକେ ନବରୋଜରୁ ନୂଆବର୍ଷ ପାଳନ କରିଥାଆନ୍ତି। ଅଗଷ୍ଟ ୧୯ ତାରିଖରେ ଏହା ପାଳନ କରାଯାଇଥାଏ। ତେଣୁ ଅଗଷ୍ଟ ୧୯ ପରେ ତାଙ୍କର ନବବର୍ଷ ଗଣନା କରାଯାଏ। ପ୍ରାୟ ୩ହଜାର ବର୍ଷ ପୂର୍ବେ ଶାହ ଜାମସେଦଜୀ ଏହା ପାଳନ କରିଥିଲେ। ସେବେଠାରୁ ପାର୍ସି ସମ୍ପ୍ରଦାୟର ଲୋକେ ଏହାକୁ ନୂଆବର୍ଷ ଭାବେ ପାଳନ କରୁଛନ୍ତି।

ପଞ୍ଜାବୀ ନବବର୍ଷ
ବୈଶାଖୀରୁ ପଞ୍ଜାବୀମାନେ ନୂଆବର୍ଷ ପାଳନ କରିଥାଆନ୍ତି। ଏହା ଏପ୍ରିଲ ମାସରେ ପଡିଥାଏ। ଶିଖ ନାନକଶାହି କ୍ୟାଲେଣ୍ଡର ଅନୁଯାୟୀ ବୈଶାଖୀ ପର୍ବ ସମୟରେ ହିଁ ପଞ୍ଜାବି ମାନେ ନୂଆବର୍ଷ ପାଳନ କରିଥାଆନ୍ତି।

ହିନ୍ଦୁ ନବବର୍ଷ
ଚୈତ୍ରମାନ ଶୁକ୍ଳ ପ୍ରତିପଦ ତିଥିରେ ହିନ୍ଦୁ ନବବର୍ଷ ପାଳନ କରାଯାଇଥାଏ। କୁହାଯାଏ ଏହିଦିନ ବ୍ରହ୍ମା ସୃଷ୍ଟି ସଂରଚନା କରିଥିଲେ ତେଣୁ ଚୈତ୍ର ମାସରେ ହିନ୍ଦୁ ନବବର୍ଷ ପାଳନ କରାଯାଇଥାଏ। ଅନ୍ୟପଟେ ଚୈତ୍ରମାସ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ମଧ୍ୟ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ।

ତେଲଗୁ ନବବର୍ଷ
ତେଲୁଗୁ ସମ୍ପ୍ରଦାୟର ଲୋକେ ମକର ସଂକ୍ରାନ୍ତି ବା ପୋଙ୍ଗଲକୁ ନୂଆବର୍ଷ ଭାବେ ପାଳନ କରନ୍ତି। ଘରେ ଇଷ୍ଟଦେବଙ୍କୁ ପୂଜା କରିବା ସହ ଏମାନେ ନୂଆବର୍ଷକୁ ସ୍ବାଗତ କରିଥାଆନ୍ତି।

ଜୈନ ନବବର୍ଷ
ଜୈନ ସମ୍ପ୍ରଦାୟର ଲୋକେ ଦୀପାବଳି ପରଦିନକୁ ନୂଆବର୍ଷ ଭାବେ ପାଳନ କରନ୍ତି।

Share