Categories: ଜାତୀୟ

ଭାରତରେ ୬ ଲସ୍କର ଆତଙ୍କବାଦୀ ପଶିଲେ: ତାମିଲନାଡୁରେ ହାଇଆଲର୍ଟ

ଚେନ୍ନାଇ,୨୩।୮:ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣର କୌଣସି ଘଟଣା ଘଟିନାହିଁ। କଡା ସୁରକ୍ଷା ସତ୍ତ୍ୱେ ଲସ୍କର-ଇ-ତୋଏବାର ୬ ଆତଙ୍କବାଦୀ ତାମିଲନାଡୁ ବାଟ ଦେଇ କୋଏମ୍ବାଟୁରରେ ପଶିଯାଇଥିବା ସୂଚନା ମିଳିଛି। ରାଜ୍ୟରେ ଏନେଇ ହାଇଆଲର୍ଟ ଘୋଷଣା କରାଯାଇଛି। ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନ ଏବଂ ଜଣେ ଶ୍ରୀଲଙ୍କାର ତାମିଲ ଆତଙ୍କବାଦୀ ଥିବା ଜଣାପଡିଛି। ଆତଙ୍କବାଦୀମାନେ ମୁସଲମାନ ହୋଇଥିବାବେଳେ ମୁଣ୍ଡରେ ତିଳକ ଲଗାଇ ହିନ୍ଦୁ ବେଶଭୂଷାରେ ଭାରତରେ ପଶିଥିବାର ସୂଚନା ମିଳିଛି।

Share