Categories: ବାଣିଜ୍ୟ

ଭାରତର ଅର୍ଥନୈତିକ ଢାଞ୍ଚା ସୁଦୃଢ: ସିଇଏ

ନୂଆଦିଲ୍ଲୀ,୧୭-୧୦: ଦେଶର ଅର୍ଥ ବ୍ୟବସ୍ଥାର ମୌଳିକ ଢାଞ୍ଚା ବହୁତ ସୁଦୃଢ। ଶିଳ୍ପ ଏ ନେଇ ବେଶି ଚିନ୍ତିତ ନ ହୋଇ ନିବେଶ ଦିଗରେ ମନୋନିବେଶ କରିବା ଉପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି. ସୁବ୍ରମଣ୍ୟନ ବୁଧବାର କହିଛନ୍ତି। ବଡବଡ କର୍ପୋରେଟଗୁଡିକ ଏମ୍‌ଏସ୍‌ଏମ୍‌ଇଗୁଡିକ ଉପରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ବକେୟା ରଖିଛନ୍ତି। ଏଦିଗରେ ବୃହତ୍‌ କର୍ପୋରେଟ ଏମ୍‌ଏସ୍‌ଏମ୍‌ଇଙ୍କ ବକେୟାକୁ ଶୀଘ୍ର ପୈଠ କରିବା ଦିଗରେ ଯତ୍ନବାନ ହେବାକୁ ସୁବ୍ରମଣ୍ୟନ ଆହ୍ବାନ ଜଣାଇଛନ୍ତି। ଏହା ହେଲେ କ୍ଷୁଦ୍ର ସଂସ୍ଥାଗୁଡିକ ପରିଚାଳନାରେ ଆହୁରି ଉନ୍ନତି କରିପାରିବେ। କ୍ଷୁଦ୍ର ସଂସ୍ଥାଗୁଡିକୁ ନଗଦ ଯୋଗାଣ କ୍ଷେତ୍ରରେ ବଡ ସଂସ୍ଥା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଫିକି ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସୁବ୍ରମଣ୍ୟନ ମତ ରଖିଛନ୍ତି।

Share