ଭାରତର ଉଦ୍ୟମକୁ ଗ୍ରହଣ କରିଛି ୟୁଏନ୍‌ଏସ୍‌ସି

ଜାତିସଂଘ,୧୭ା୮(ପି.ଟି.): କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ଚାଲିଥିବା ଉଦ୍ୟମକୁ ୟୁଏନ୍‌ଏସ୍‌ସି ଗ୍ରହଣ କରିଛି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ସୟଦ ଆକବରୁଦ୍ଦିନ ପ୍ରକାଶ କରିଛନ୍ତି। ଘଣ୍ଟାଏ ଧରି ଚାଲିଥିବା ବୈଠକ ପରେ ସେ କହିଛନ୍ତି, ଅନୁଚ୍ଛେଦ ୩୭୦ ହଟାଇବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଭାରତର ଆଭିମୁଖ୍ୟ ଅପରିବର୍ତ୍ତିତ। ଉପତ୍ୟକାରେ ଶାନ୍ତି ଫେରାଇ ଆଣିବା ଲାଗି ନିଆଯାଉଥିବା ପଦକ୍ଷେପକୁ ବୈଠକରେ ପ୍ରଶଂସା କରାଯାଇଛି। ପାକିସ୍ତାନ ଭାରତ ସହ ଆଲୋଚନା ଚାହୁଁଥିଲେ ଆତଙ୍କବାଦୀକୁ ଦମନ କରିବା ଜରୁରୀ।

Share