Categories: ଖେଳ

ଭାରତର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ନିଜର ଡେବ୍ୟୁ, ଶେଷ ଟେଷ୍ଟରେ ଶତକ ହାସଲ କରିଛନ୍ତି

ଟେଷ୍ଟ କ୍ରିକେଟର ଇତିହାସକୁ ଦେଖିଲେଏପର୍ଯ୍ୟନ୍ତ ଅନେକ ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ଡେବ୍ୟୁ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ୧୪ ଭାରତୀୟ ଖେଳାଳି ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ଜଣେ ଯିଏକି ତାଙ୍କ କ୍ୟାରିୟରର ଉଭୟ ଡେବ୍ୟୁ ଏବଂ ଶେଷ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି। ସେ ହେଉନ୍ତି ମହମ୍ମଦ ଆଜରୁଦ୍ଦିନ। ୧୯୮୪-୮୫ରେ ଭାରତର ଭେଟେରାନ ବ୍ୟାଟ୍ସମ୍ୟାନ ମହମ୍ମଦ ଆଜାରୁଦ୍ଦିନ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ। କୋଲକାତାରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଆଜାର ୩୨୨ବଲ ସମ୍ମୁଖୀନ ହୋଇ ୧୧୦ରନର ପାଳି ଖେଳିଥିଲେ। ୨୦୦୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଜାରୁଦ୍ଦିନ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚରେ ସେ ଶତକ ୧୦୨ ରନ୍‌ କରିଥିଲେ। ସେ ୯୯ଟି ଟେଷ୍ଟରେ ୫୨୧୫ ରନ କରିଥିଲେ। ଏଥିରେ ୨୨ଟି ଶତକ ମାରିଥିଲେ। ବିଶ୍ୱ କ୍ରିକେଟରେ ଚାରିଜଣ ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ନିଜର ପ୍ରଥମ ଏବଂ ଶେଷ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି।

Share