ଭାରତର ଦାବିକୁ ପାକ୍‌ର ପ୍ରତ୍ୟାଖ୍ୟାନ

ଇସ୍‌ଲାମାବାଦ୍‌, ୫ା୮(ପି.ଟି.): ଭାରତୀୟ ସୀମାପଟେ ମରି ପଡ଼ିଥିବା ଯବାନଙ୍କୁ ନେବା ଲାଗି ଭାରତ କହିଥିବାବେଳେ ପାକିସ୍ତାନ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ପାକିସ୍ତାନ ପଟୁ କୌଣସି ସେନା କି ଆତଙ୍କବାଦୀ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ଅତିକ୍ରମ କରି ନ ଥିବା ପାକିସ୍ତାନ କହିଛି। ଶନିବାର ପାକିସ୍ତାନର ବର୍ଡର ଆକ୍ସନ ଟିମ(ବ୍ୟାଟ୍‌) ଜମ୍ମୁ-କଶ୍ମୀରର କେରାନ୍‌ ସେକ୍ଟରରେ ସୀମା ଅତିକ୍ରମ କରୁଥିବାବେଳେ ଭାରତୀୟ ଯବାନଙ୍କ ଗୁଳିରେ ନିହତ ହୋଇଥିଲେ। ପ୍ରାୟ ୭ଜଣ ପାକ୍‌ ଯବାନଙ୍କ ଶବ ପଡ଼ିରହିଥିବାବେଳେ ପାକିସ୍ତାନ ଏହାକୁ ଅସ୍ବୀକାର କରିଛି। ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଭାରତର ଏଭଳି ଦାବିକୁ ଅଗ୍ରାହ୍ୟ କରିଛନ୍ତି।

Share