ଭାରତର ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏଜେଣ୍ଟ ସ୍ମିଥ୍‌ ଭାଇରସ୍‌: ଚେକ୍‌ ପଏଣ୍ଟ୍‌ ରିପୋର୍ଟ

ନୂଆଦିଲ୍ଲୀ/ଜେରୁଜେଲମ୍‌, ୧୧।୭: ଭାରତରେ ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଭାଇରସ୍‌ ରହିଛି। ଏହି ଭାଇରସ୍‌ର ନାମ ଏଜେଣ୍ଟ୍‌ ସ୍ମିଥ୍‌। ଏନେଇ ଇସ୍ରାଏଲ୍‌ ସାଇବର ସୁରକ୍ଷା ଗବେଷଣା କମ୍ପାନୀ ଚେକ୍‌ ପଏଣ୍ଟ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହାଦ୍ୱାରା ହ୍ବାଟସ୍‌ଆପ୍‌ ମାଧ୍ୟମରେ ମୋବାଇଲ୍‌ରେ ଥିବା ଅନ୍ୟ ଆପ୍‌ ହ୍ୟାକ୍‌ କରିହେଉଛି। ଏସବୁ ଆପ୍‌ ସ୍ଥାନରେ ଡୁପ୍ଲିକେଟ୍‌ ଭର୍ସନ ଇନଷ୍ଟଲ ହୋଇଯାଉଛି। ଫଳରେ ହ୍ୟାକର ବ୍ୟବହାରକାରୀଙ୍କ ନିଜ ତଥ୍ୟ ଚୋରି କରି ନେଉଛନ୍ତି। ପୃଥିବୀର ଅଢ଼େଇ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌କୁ ଏହି ଭାଇରସ୍‌ ସହାୟତାରେ ହ୍ୟାକ୍‌ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେଥିମଧ୍ୟରେ ଆମେରିକାର ୩ ଲକ୍ଷ, ଇଂଲଣ୍ଡର ଲକ୍ଷେ ୩୭ ହଜାର ବ୍ୟବହାରକାରୀ ଅଛନ୍ତି। ଏହି ଭାଇରସ୍‌ ଥାର୍ଡ ପାର୍ଟି ଆପ୍‌ ୯-ଆପସ୍‌ ଡଟ୍‌ କମ୍‌ ଦ୍ୱାରା ଆଣ୍ଡ୍ରଏଡ୍‌ ଫୋନ୍‌କୁ ଆସିଛି। ଏହା ମାଧ୍ୟମରେ ଆରବୀ, ହିନ୍ଦୀ, ଇଣ୍ଡୋନେସିଆ ଆଦି ଭାଷାଭାଷୀଙ୍କୁ ଅଧିକ ଟାର୍ଗେଟ୍‌ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

Share