Categories: ଖେଳ

ଭାରତର ପ୍ରଥମେ ବ୍ୟାଟିଂ

ମାଉଣ୍ଟ ମାଉଁଗାନୁଇ,୨।୨- ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। କାମଚଳା ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ଏହି ନିଷ୍ପତ୍ତି ନେଇଛନ୍ତି। ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ଦଳରେ ଅନ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳର ନିୟମିତ ଅଧିନାୟକ କେନ ଓ୍ବିଲିୟମସନ ମଧ୍ୟ ଏହି ମ୍ୟାଚ୍‌ରେ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ଟିମ୍‌ ସୌଦିଙ୍କ ନେତୃତ୍ୱ ନେଉଛନ୍ତି।
ଭାରତୀୟ ଦଳ – ଲୋକେଶ ରାହୁଲ (ଉଇକେଟକିପର), ସଞ୍ଜୁ ସାମସନ, ରୋହିତ ଶର୍ମା (ଅଧିନାୟକ), ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ଶିବମ ଦୁବେ, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ନବଦୀପ ସଇନି, ୟୁଜବେନ୍ଦ୍ର ଚହଲ ଓ ଯଶପ୍ରୀତ ବୁମରା।

Share