ଆଜି ଭାରତର ପ୍ରଥମ ଗ୍ରାଜୁଏଟ୍ ମହିଳା କାମିନୀ ରାୟଙ୍କ ୧୫୫ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇ ଗୁଗୁଲଡୁଡୁଲ କରାଯାଇଛି। କାମିନୀ ରାୟ ଏକାସଙ୍ଗରେ ଜଣେ କବି, ଶିକ୍ଷାବିତ୍ ଏବଂ ସାମାଜିକ କର୍ମୀ ଥିଲେ। ୧୮୬୪ ଅକ୍ଟୋବର ୧୨ ତାରିଖରେ ସେ ବଶ୍ଚିମବଙ୍ଗର ବସଂଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳେ ଗଣିତରେ ରୁଚି ଥିବା ସତ୍ତ୍ୱେ କାମିନୀ ଦେବୀ କମ୍ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ। ୧୮୮୬ରେ ବେଥ୍ୟୁନ୍ କଲେଜରୁ ସଂସ୍କୃତରେ ସ୍ନାତକ ଅର୍ଜନ କରିଥିଲେ। ସେତେବେଳେ ମହିଳାଙ୍କ ଅଧିକାର ପାଇଁ କାମିନୀ ରାୟ ଲଢୁଥିଲେ। ସେ କବି ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ବେଶ୍ ପ୍ରଭାବିତ ହୋଇଥିଲେ।