ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ: ଗଗନୟାନରେ ମହାକାଶ ଯିବେ ବଲାଙ୍ଗୀରର ନିଖିଲ ରଥ

ବଲାଙ୍ଗୀର ଅଫିସ, ୮।୯: ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ଗଗନୟାନ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି ା ମିଶନ୍‌ ଗଗନୟାନର ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟାରେ ବଲାଙ୍ଗୀରର ୱିଙ୍ଗ୍‌ସ କମାଣ୍ଡର ଫାଇଟର ପାଇଲଟ୍‌ ନିଖିଲ ରଥ ମନୋନୀତ ହୋଇଛନ୍ତି। ବାୟୁସେନାରେ ୱିଙ୍ଗ୍‌ସ କମାଣ୍ଡର ଭାବେ କାର୍ଯ୍ୟରତ ନିଖିଲ ହେଉଛନ୍ତି ବଲାଙ୍ଗୀର ସହରର ଆଡଭୋକେଟ୍‌ ତଥା ରାଜନେତା ଅଶୋକ ରଥ ଏବଂ ମହିଳା କମିଶନ୍‌ ସଦସ୍ୟା କୁସୁମ ରଥଙ୍କ ସୁପୁତ୍ର। ମିଶନ୍‌ ଗଗନୟାନ ପାଇଁ ମନୋନୀତ ନିଖଲ ପ୍ରଥମ ଓଡ଼ିଆ ଭାବେ ଏଭଳି ଗୌରବର ଅଧିକାରୀ ହୋଇଛନ୍ତି ା

ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟରୁ ୧୯୯୮ରେ ସଫଳତାର ସହ ସ୍କୁଲ ଶିକ୍ଷା ଶେଷ ପରେ ନିଖିଲ ଦିଲ୍ଲୀସ୍ଥିତ ଦିଲ୍ଲୀ ପବ୍ଳିକ୍‌ ସ୍କୁଲରୁ ୨୦୦୦ରେ ଯୁକ୍ତ୨ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ା ପରେ ହିନ୍ଦୁ କଲେଜରେ ଯୁକ୍ତ ୩ ପାଠ ପଢ଼ିବା ବେଳେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ) ପାଇଁ ମନୋନୀତ ହୋଇଥିଲେ। ୨୦୦୩ରେ ସଫଳତାର ସହ ଏନ୍‌ଡିଏରୁ ଉତ୍ତୀର୍ଣ୍ଣ ହେବା ପରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ବର୍ତ୍ତମାନ ଫାଇଟର ପାଇଲଟ୍‌ ଭାବେ କାର୍ଯ୍ୟରତ ୱିଙ୍ଗ୍‌ସ କମାଣ୍ଡର ନିଖିଲଙ୍କୁ ମିଶନ୍‌ ଗଗନୟାନ ପାଇଁ ମନୋନୀତ କରାଯାଇଛି। ବାଙ୍ଗାଲୋରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏରୋସ୍ପେସ୍‌ ମେଡିସିନ୍‌ରେ ଏହି ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ସରିଛି। ା ମିଶନ୍‌ ଗଗନୟାନରେ ୨୦୨୧ ସୁଦ୍ଧା ଇସ୍ରୋ ପକ୍ଷରୁ ମହାକାଶଚାରୀଙ୍କ ସହ ମହାକାଶ ଯାନ୍‌ ଉତ୍‌କ୍ଷେପଣର ଲକ୍ଷ୍ୟ ରହିଛି। ଏହି ମିଶନ୍‌ ପାଇଁ ନିଖିଲ ମନୋନୀତ ହେବାପରେ ଓଡିଶା ଓ ବଲାଙ୍ଗୀର ପାଇଁ ଏକ ବିରଳ ଗୌରବ ଆଣି ଦେଇଛନ୍ତି।