ଭାରତର ପ୍ରଭାବ: ବାଂଲାଦେଶରେ ପିଆଜ ଦାମ୍‌ ଶହେ ଶ୍ରୀଲଙ୍କାରେ ୧୧୭

ଢ଼ାକା/କଲମ୍ବୋ,୩।୧୦: ଭାରତରେ ପିଆଜ ଦାମ୍‌ ନେଇ ଲୋକେ ହନ୍ତସନ୍ତ ହେବା ପରେ ଏବେ ଏହାର ପ୍ରଭାବ ପଡ଼ୋଶୀ ଦେଶଗୁଡ଼ିକ ଉପରେ ପଡ଼ିବା ଆରମ୍ଭ କରିଛି। ଭାରତ ସରକାର ପିଆଜ ରପ୍ତାନୀ ଉପରେ ରୋକ ଲଗାଇବା ଦ୍ୱାରା ଏବେ ବାଂଲାଦେଶରେ ପିଆଜ ଦାମ୍‌ କିଲୋପିଛା ଶହେ ଟଙ୍କା ଟପିଛି। ବାଂଲାଦେଶୀ ମୁଦ୍ରାରେ ଏହା ୧୨୦ ଟାକା ହୋଇଛି। ସେହିପରି ଶ୍ରୀଲଙ୍କାରେ ପିଆଜ କିଲୋପିଛା ଦାମ୍‌ ୧୧୭ ଟଙ୍କା ହୋଇଛି। ସ୍ଥାନୀୟ ମୁଦ୍ରା ଅନୁସାରେ ଏହା ୩ ଶହ ହୋଇଛି। ଏକ ସପ୍ତାହ ମଧ୍ୟରେ ଏହି ଦୁଇ ଦେଶରେ ପିଆଜ ଦାମ୍‌ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଏସିଆ ରାଷ୍ଟ୍ରଗୁଡ଼ିକ ପିଆଜ ପାଇଁ ମୁଖ୍ୟତଃ ଭାରତ ଉପରେ ନିର୍ଭର କରିଥାନ୍ତି। ଇଜିପ୍ଟ ଏବଂ ଚାଇନାରୁ ପିଆଜ ରପ୍ତାନୀ ପାଇଁ ଯଥାକ୍ରମେ ୧ ମାସ ଏବଂ ୨୫ ଦିନ ଲାଗୁଥିବା ବେଳେ ଭାରତରୁ ପିଆଜ ରପ୍ତାନୀ ଲାଗି କମ୍‌ ସମୟ ଲାଗୁଥିବାରୁ ଏସିଆ ରାଷ୍ଟ୍ରଗୁଡିକ ପିଆଜ ଲାଗି ଭାରତ ଉପରେ ହିଁ ଭରସା କରିଥାନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଭାରତ ୨୨ ଲକ୍ଷ ଟନ୍‌ ପିଆଜ ଆମଦାନୀ କରିଥିଲା।

Share