Advertisement

ଭାରତର ବିଜୟକୁ ନେଇ କ’ଣ ବୁଝିଲେ ତୈମୁର

ଲଣ୍ଡନ,୧୭।୬: ସୈଫ ଅଲ୍ଲି ଖାଁ ଓ କରୀନା କପୁର ଖାଁଙ୍କ ଲାଡ୍‌ଲା ତୈମୁର ଅଲ୍ଲି ଖାଁ ଇଣ୍ଟରନେଟରେ ଏବେ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ତାଙ୍କର କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। ହେଲେ ଏବେ ତାଙ୍କର ଆଉ ଏକ କ୍ୟୁଟ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ତୈମୁର ଭାରତୀୟ କ୍ରିକେଟ ଟିମ୍‌ର ଜର୍ସି ପିନ୍ଧିବା ସହ ସାଲ୍ୟୁଟ କରି ଖେଳାଳିଙ୍କୁ ଚିଅର ଅପ୍‌ କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଏବେ ତୈମୁର ନିଜ ପରିବାରଙ୍କ ସହ ଲଣ୍ଡନରେ ଛୁଟି ମନାଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share