Posted inଜାତୀୟ

ଭାରତର ମୁଖ୍ୟ ବିଭାଜନକାରୀ: ମୋଦିଙ୍କୁ ନେଇ ଟାଇମ୍‌ ପତ୍ରିକାର ବିବାଦୀୟ ଶୀର୍ଷକ

ଓ୍ବାଶିଂଟନ,୧୧ା୫(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆମେରିକାର ଲୋକପ୍ରିୟ ପତ୍ରିକା ‘ଟାଇମ୍‌’ ପକ୍ଷରୁ କଭର ଷ୍ଟୋରି କରାଯାଇଛି, ଯାହାର ଶୀର୍ଷକ ରଖାଯାଇଛି ‘ଭାରତର ମୁଖ୍ୟ ବିଭାଜନକାରୀ’। ୨୦୧୯ ଲୋକ ସଭା ନିର୍ବାଚନର ଶେଷ ଦୁଇଟି ପର୍ଯ୍ୟାୟ ଭୋଟଗ୍ରହଣ ବାକି ଥିବାବେଳେ ଏହି ପ୍ରଚ୍ଛଦ କାହାଣୀକୁ ନେଇ ବିବାଦ ସୃଷ୍ଟି ହୋଇଛି।
‘ଟାଇମ୍‌’ ମେ ୨୦ ଅନ୍ତର୍ଜାତୀୟ ସଂସ୍କରଣର ମୁଖ୍ୟ ଶିରୋନାମା ରହିଛି ‘ଇଣ୍ଡିଆଜ୍‌ ଡିଭାଇଡର ଇନ୍‌ ଚିଫ୍‌’। ୟୁରୋପ, ମଧ୍ୟପ୍ରାଚ୍ୟ, ଏସିଆ ଓ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ସଂସ୍କରଣରେ ମୋଦିଙ୍କୁ ନେଇ କଭର ଷ୍ଟୋରି କରାଯାଇଥିବାବେଳେ ଆମେରିକା ସଂସ୍କରଣ ୨୦୨୦ରେ ହ୍ବାଇଟ୍‌ ହାଉସ୍‌ ପାଇଁ ଦୌଡ଼ରେ ଥିବା ଡେମୋକ୍ରାଟ୍‌ ଏଲିଜାବେଥ୍‌ ଓ୍ବାରେନ୍‌ଙ୍କୁ ସ୍ଥାନିତ କରିଛି। ‘ଇଣ୍ଡିଆଜ୍‌ ଡିଭାଇଡର ଇନ୍‌ ଚିଫ୍‌’ ନିବନ୍ଧକୁ ଆତିଶ ତସୀର ଲେଖିଛନ୍ତି । ଆତିଶ ହେଉଛନ୍ତି ଭାରତୀୟ ସାମ୍ବାଦିକା ତଭଲିନ୍‌ ସିଂ ଓ ପାକିସ୍ତାନୀ ରାଜନେତା ତଥା ବ୍ୟବସାୟୀ ସ୍ବର୍ଗତ ସଲମାନ୍‌ ତସୀରଙ୍କ ପୁଅ। ସେହିପରି ଏଥିରେ ଆଉ ଏକ ଅତିରିକ୍ତ ନିବନ୍ଧ ପ୍ରକାଶ ପାଇଛି, ଯାହାର ଶୀର୍ଷକ ହେଉଛି ‘ମୋଦି ଦି ରିଫର୍ମର’। ଏହାକୁ ରାଜନୈତିକ ବିଶ୍ୱସ୍ତରୀୟ ଗବେଷଣା ଓ ପରାମର୍ଶଦାତା ସଂସ୍ଥା ୟୁରେସିଆ ଗ୍ରୁପ୍‌ ପ୍ରତିଷ୍ଠାତା ଅଧ୍ୟକ୍ଷ ଇଆନ୍‌ ବ୍ରେମର ଲେଖିଛନ୍ତି। ପତ୍ରିକାର ପ୍ରଚ୍ଛଦରେ ୬୮ ବର୍ଷୀୟ ମୋଦିଙ୍କ ତୈଳଚିତ୍ର ରହିଛି। ଏହାର ଅନ୍ୟ ନିବନ୍ଧଗୁଡ଼ିକର ଶୀର୍ଷକ ହେଉଛି ‘ମୋଦି ସରକାରଙ୍କ ଆଉ ୫ ବର୍ଷର ଶାସନକୁ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ସହ୍ୟ କରିପାରିବ କି’, ଯାହାକୁ ଆତିଶ ଲେଖିଛନ୍ତି ଏବଂ ବ୍ରେମରଙ୍କ ଦ୍ୱାରା ପ୍ରସ୍ତୁତ ‘ମୋଦି ହେଉଛନ୍ତି ଭାରତର ଅର୍ଥନୈତିକ ସଂସ୍କାର ପାଇଁ ସର୍ବୋତ୍ତମ ଆଶା’।
ଆତିଶଙ୍କ ନିବନ୍ଧରେ ଉଲ୍ଲେଖ କରାଯାଇଛି ଯେ, ୨୦୧୪ରେ ମୋଦି ଆଶାର ଏକ ବାତାବରଣ ସୃଷ୍ଟି କରିବା ଲାଗି ଫାଇଦା ନେଇପାରିଥିଲେ। ସେ ସାଂସ୍କୃତିକ ଆକ୍ରୋଶକୁ ଅର୍ଥନୈତିକ ପ୍ରତିଶ୍ରୁତିରେ ପରିଣତ କରିପାରିଥିଲେ। ସେତେବେଳେ ମୋଦି ଗୋଟିଏପଟେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ଉନ୍ମୁକ୍ତ କରିବାର ପ୍ରତିଶ୍ରୁତି ଦେଇ ଜଣେ ତ୍ରାଣକର୍ତ୍ତା ସାଜିଥିବାବେଳେ ଅନ୍ୟପଟେ ହିନ୍ଦୁତ୍ୱର ପୁନରୁତ୍ଥାନ ଲାଗି ନିଜକୁ ଉପସ୍ଥାପିତ କରିଥିଲେ। ବର୍ତ୍ତମାନ ସେ ନିଜ ପ୍ରତିଶ୍ରୁତି ରଖିବାରେ ବିଫଳ ହୋଇଥିବା ଜଣେ ରାଜନେତା, ଯିଏକି ପୁନଃ ନିର୍ବାଚିତ ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। ମୋଦିଙ୍କ କେବଳ ଅର୍ଥନୈତିକ ଚମତ୍କାର ବାସ୍ତବ ରୂପ ନେବାରେ ବିଫଳ ହୋଇନାହିଁ, ବରଂ ସେ ଭାରତରେ ଧର୍ମଭିତ୍ତିକ ବିଷାକ୍ତ ଜାତୀୟତାବାଦର ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି ବୋଲି ଆତିଶ ଲେଖିଛନ୍ତି। ସମସ୍ତଙ୍କ ପାଇଁ ବିକାଶର ପ୍ରତିଶ୍ରୁତିରୁ ଦୂରେଇ ଯାଇ ମୋଦି ଏଭଳି ଏକ ସଫଳତା ହାସଲ କରିଛନ୍ତି, ଯେଉଁଠି ଭାରତୀୟମାନେ ନିଜ ବୈଷମ୍ୟକୁ ନେଇ ଅତ୍ୟନ୍ତ ପ୍ରଭାବିତ। ମୋଦି କଂଗ୍ରେସ ନେତୃତ୍ୱାଧୀନ ଏକ ଦୁର୍ବଳ ବିରୋଧୀ ମେଣ୍ଟ ପାଇଥିବାରୁ ଭାଗ୍ୟବାନ। ବିରୋଧୀ କଂଗ୍ରେସ ବଂଶବାଦ ନୀତି ବ୍ୟତୀତ ବିଶେଷ କିଛି ଦେଇପାରିବ ନାହିଁ ବୋଲି ନିବନ୍ଧରେ ଉଲ୍ଲେଖ କରାଯାଇଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଧର୍ମନିରପେକ୍ଷ ବିଚାରଧାରା ସହ ମୋଦିଙ୍କ ଶାସନରେ ଦେଖାଦେଇଥିବା ସାମାଜିକ ‘ଉତ୍ତେଜନା’କୁ ନେଇ ତୁଳନା କରାଯାଇଛି। ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭ୍ରାତୃଭାବ ବୃଦ୍ଧି ଦିଗରେ ମୋଦି ଆଗ୍ରହୀ ନ ଥିବା ଏଥିରେ କୁହାଯାଇଛି। ଏହାସହ ୨୦୦୨ରେ ଅନେକ ଜୀବନ ନେଇଥିବା ଗୁଜରାଟ ଦଙ୍ଗା ସମ୍ପର୍କରେ ମଧ୍ୟ ଆତିଶ ଅବତାରଣା କରିଛନ୍ତି। ମୋଦିଙ୍କୁ ନେଇ ‘ଟାଇମ୍‌’ର ଏପରି ଉପସ୍ଥାପନା ପ୍ରଥମ ନୁହେଁ। ଏହା ପୂର୍ବରୁ ୨୦୧୨ରେ ଏହି ପତ୍ରିକା ତାଙ୍କୁ ଜଣେ ବିବାଦୀୟ, ମହତ୍ତ୍ୱାକାଂକ୍ଷୀ ଓ ଚାଲାକ ରାଜନେତା ଭାବେ ଅଭିହିତ କରିଥିଲା।
ଅନ୍ୟପକ୍ଷରେ ବ୍ରେମରଙ୍କ ନିବନ୍ଧରେ ମୋଦିଙ୍କ ଅର୍ଥନୈତିକ ରେକର୍ଡକୁ ମିଶ୍ରିତ ବୋଲି ଦର୍ଶାଯାଇଛି। ଭାରତ ଏବେ ମଧ୍ୟ ପରିବର୍ତ୍ତନ ଚାହୁଁଛି ଏବଂ ବିକାଶ ଆଣିବା ସକାଶେ ମୋଦିଙ୍କ ଉପରେ ଲୋକଙ୍କ ଭରସା ରହିଛି। ସେ ଚାଇନା, ଆମେରିକା ଓ ଜାପାନ ସହିତ ସମ୍ପର୍କରେ ଉନ୍ନତି ଆଣିଛନ୍ତି। ତାଙ୍କ ବିକାଶ କାର୍ଯ୍ୟସୂଚୀ ଭାରତର କୋଟି କୋଟି ଲୋକଙ୍କ ଜୀବନ ଓ ଭବିଷ୍ୟତ ବଦଳାଇବାରେ ସକ୍ଷମ ହୋଇଛି ବୋଲି ବ୍ରେମର ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣ ପରେ ଏଲଓସିରେ ଉତ୍ତେଜନା: ପାକିସ୍ତାନର ଗୁଳିମାଡ଼, ଭାରତୀୟ ସେନାର କଡ଼ା ଜବାବ

ନୂଆଦିଲ୍ଲୀ,୨୫।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମୃତ୍ୟୁ...

Video: ଭାରତର କାର୍ଯ୍ୟନୁଷ୍ଠାନରେ ଭୟଭୀତ ପାକିସ୍ତାନ, ଇସଲାମାବାଦ ଭାରତୀୟ ଉଚ୍ଚାୟୋଗ ବାହାରେ ପ୍ରଦର୍ଶନ

ଇସଲାମାବାଦ, ୨୫।୪: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ ନିକଟସ୍ଥ ବୈସରନ ଉପତ୍ୟକାରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନର...

ଆକ୍ରମଣ ପାଇଁ ପ୍ରସ୍ତୁତ ହେଲଣି ଭାରତୀୟ ବାୟୁସେନା? ଆକାଶରେ ଗର୍ଜିଲା ସୁଖୋଇ Su-30, ରାଫେଲ

ନୂଆଦିଲ୍ଲୀ,୨୪।୪: ପାକିସ୍ତାନ ପ୍ରାୟୋଜିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ପ୍ରତିକ୍ରିୟା କଠୋର ଏବଂ ଆକ୍ରମଣାତ୍ମକ ହେବାରେ ଲାଗିଛି। ଭାରତୀୟ ବାୟୁସେନା ‘Aakraman’ ଅଭ୍ୟାସ ଆରମ୍ଭ...

ନ୍ୟାସନାଲ ହେରାଲ୍ଡ ମାମଲା, ED ସ୍କାନରରେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୪।୪: ସ୍ବାଧୀନତା ପରବର୍ତ୍ତୀ ରାଜନୈତିକ ମାନଚିତ୍ରରେ ଦୀର୍ଘ ଦିନ ଧରି ହଜି ଯାଇଥିବା ନ୍ୟାସନାଲ ହେରାଲ୍ଡ ମାମଲା ପୁଣିଥରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି –...

ପହଲଗାମ୍‌ ଆକ୍ରମଣ ପରେ କଶ୍ମୀରୀ ଛାତ୍ରୀଛାତ୍ରଙ୍କ ଉପରେ ନିର୍ଯାତନା

ଶ୍ରୀନଗର,୨୪।୪: ପହଲଗାମ୍‌ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ପରେ ଦେଶର ବିଭିନ୍ନ ଭାଗରେ କଶ୍ମୀରୀ ଛାତ୍ରୀଛାତ୍ର ଟାର୍ଗେଟର ଶିକାର ହୋଇଛନ୍ତି। ସେମାନଙ୍କୁ ନିର୍ଯାତନା ଦିଆଯିବା...

MEAର ଚେତାବନୀ: ଭିଜା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡନ୍ତୁ ପାକିସ୍ତାନୀ, ୨୯ ପରେ ମେଡିକାଲ ଭିଜା ବି…

ନୂଆଦିଲ୍ଲୀ,୨୪।୪: ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ ଭିଜା ସେବା ତୁରନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ପାକିସ୍ତାନୀ...

ପାକିସ୍ତାନ ପୁଣି କଲାଣି ପ୍ରମାଣ ଖୋଜିବାର ଡ୍ରାମା! ମନ୍ତ୍ରୀ ଇସାକ ଡାର କହିଲେ,‘ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ PAK ଅଛି ବୋଲି…’

ଇସଲାମାବାଦ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନ ଚ୍ୟାଲେଞ୍ଜ କରିଛି। ସେ କହିଛନ୍ତି ଯେ ଯଦି ଭାରତ ପାଖରେ ଆକ୍ରମଣର...

Pahalgam Terror Attack: ମାତ୍ର ୭ ଦିନ ମଧ୍ୟରେ ପାକିସ୍ତାନ ଉପରେ ଭାରତ ନେବ କଡା ଆକ୍ସନ, କାଉଣ୍ଟଡାଉନ ଆରମ୍ଭ!

ନୂଆଦିଲ୍ଲୀ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଯାହା ପରେ ପଡ଼ୋଶୀ ଦେଶ ରାଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image