Categories: ବାଣିଜ୍ୟ

ଭାରତର ମୁଦ୍ରାସ୍ଫୀତି ଅନୁମାନ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୨୨ା୭: ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଚଳିତ ଆର୍ଥିକ ବର୍ଷରେ ଭାରତର ମୁଦ୍ରାସ୍ଫୀତି ଅନୁମାନକୁ ୪.୧୦ ପ୍ରତିଶତକୁ ହ୍ରାସ କରିଛି। ଟଙ୍କାର ମୂଲ୍ୟ ବୃଦ୍ଧି ପାଇବା ତଥା ଦେଶର ଜିଡିପି ପୂର୍ବାନୁମାନ ହ୍ରାସ କରିବା ଯୋଗୁ ଅନ୍ତର୍ଜାତୀୟ ବ୍ୟାଙ୍କ ମୁଦ୍ରାସ୍ଫୀତି ଅନୁମାନ ହ୍ରାସ କରିବାକୁ ବାଧ୍ୟ ହୋଇଛି। ଏସିଆନ ଡେଭଲପ୍‌ମେଣ୍ଟ ଆଉଟଲୁକ୍‌, ୨୦୧୯ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ କରି ଏଡିବି କହିଛି ଯେ, ଦକ୍ଷିଣ ଏସିଆ କ୍ଷେତ୍ରରେ ମୁଦ୍ରାସ୍ଫୀତି ହ୍ରାସ କରିବାରେ ଭାରତ ମୁଖ୍ୟ କାରକ ହେବ। ଏଥିପୂର୍ବରୁ ଏଡିବି ଭାରତର ମୁଦ୍ରାସ୍ଫୀତି ଅନୁମାନ ୪.୩୦ ପ୍ରତିଶତ ରହିବ ବୋଲି କହିଥିଲା।

Share