ନୂଆଦିଲ୍ଲୀ,୨୯।୪: ଭାରତର ସୋଭରେନ ରେଟିଂ ଉପରେ ଚଳିତ ବର୍ଷ ଚାପ ଆସିପାରେ। ଭାରତ ଚଳିତ ବର୍ଷ ନିମ୍ନ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଏହାଦ୍ୱାରା ଦେଶର ବିତ୍ତୀୟ ପରିଦୃଶ୍ୟ ଖରାପ ହେବା ନେଇ ଆଶଙ୍କା ଉପୁଜିଛି। ବିତ୍ତୀୟ ଶୃଙ୍ଖଳା ବିଗିଡ଼ିଲେ ଏହା ଭାରତର ରେଟିଂ ଉପରେ ଅଧିକ ଚାପ ପକାଇବ ବୋଲି ଫିଚ୍ ରେଟିଂ ପକ୍ଷରୁ କୁହାଯାଇଛି। କରୋନା ନିୟନ୍ତ୍ରଣକୁ ଆସିଲେ ସରକାର ବିତ୍ତୀୟ ଧାରାକୁ ପୁଣି ଥରେ ବ୍ୟବସ୍ଥିତ କରିବେ ବୋଲି ଏହା କହିଛି। ୨୦୧୯ ଡିସେମ୍ବରରେ ଏହା ଭାରତର ରେଟିଂକୁ ବିବିବି- କରିଥିଲା। ଆର୍ଥତ୍କ ବର୍ଷ ୨୦୨୧ରେ ଭାରତର ବିକାଶ ହାର ୦.୮% ରହିବ ବୋଲି ଏହି ଏଜେନ୍ସି ଆକଳନ କରିଛି। ଭାରତର ଅଭିବୃଦ୍ଧି ହାର ୫.୬% ରହିବ ବୋଲି ଏହା ପୂର୍ବରୁ ଅନୁମାନ କରିଥିବା ବେଳେ କରୋନା ପାଇଁ ଏହାକୁ ହ୍ରାସ କରିଛି। ୨୦୨୨ରେ ଭାରତର ଅଭିବୃଦ୍ଧି ହାର ୬.୭% ରହିବ ବୋଲି କୁହାଯାଇଛି।