Categories: ଫୁରସତ

ଭାରତର ଶେଷ ଗାଁରେ ପାଦ ଦେଲେ ହୁଏ ଏପରି ଚମତ୍କାର…

ଭାରତରେ ଏପରି ଏକ ଗାଁ ରହିଛି, ଯେଉଁଠାକୁ ଗଲେ ଅର୍ଥ ସମସ୍ୟା, ଦାରିଦ୍ର୍ୟତା ଓ ଅଭାବ ଅନଟନ ଦୂର ହୋଇଯାଏ। ଏହି ଗଁା ହେଉଛି ଉତ୍ତରାଖଣ୍ଡର ମାଣା। ଯେଉଁ ଗାଁରେ ପାଦ ଦେଉ ଦେଉ ଲୋକଙ୍କ ଦାରିଦ୍ର୍ୟ ଦୂର ହୁଏ। ମନରେ ଆସେ ଶାନ୍ତି। ଏହା ଭଗବାନ ଶିବଙ୍କ ମହିମା ଯୋଗୁ ହୋଇଥାଏ ବୋଲି ଗାଁ ଲୋକେ କୁହନ୍ତି। ଗାଁଟି ଏକ ଶୁଭ ଓ ପାପମୁକ୍ତସ୍ଥଳୀର ମାନ୍ୟତା ପାଇଛି। ଏଠାକୁ ଆସୁଥିବା ଲୋକ ପାପରୁ ମୁକ୍ତ ହୋଇଥାନ୍ତିି ବୋଲି ରହିଛି ବିଶ୍ୱାସ । ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଦେଶର ସୀମାରେ ରହିଛି ଏହି ଗାଁ। ଏହାକୁ କେହି କେହି ଦେଶର ଶେଷ ଗାଁ କହିଥାନ୍ତି। ଗାଁକୁ ଆସୁଥିବା ବ୍ୟକ୍ତି ସ୍ବପ୍ନଦ୍ରଷ୍ଟା ପାଲଟି ଯାଉଥିବା କେତେକ କୁହନ୍ତି। ଏହାଦ୍ୱାରା ବ୍ୟକ୍ତି ଜଣକ ଘଟିବାକୁ ଯାଉଥିବା ଘଟଣା ବିଷୟରେ ଆଗୁଆ ଜାଣିପାରନ୍ତି।

Share