Categories: ଫୁରସତ

ଭାରତର ସବୁଠାରୁ ଭୟଙ୍କର କିଲ୍ଲା

ଭାରତର ବିଭିନ୍ନ ସ୍ଥାନରେ କେତେ ଗୁଡିଏ କିଲ୍ଲା ରହିଛି। ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ହେଲେ ମହାରାଷ୍ଟ୍ରର ମାଥୋରାନ ଓ ପନଭେଲ ମଧ୍ୟରେ ଏମିତି ଏକ କିଲ୍ଲା ରହିଛି ଯାହା ସବୁଠାରୁ ଭୟଙ୍କର କିଲ୍ଲା ବୋଲି କୁହାଯାଏ। ଏହା କଳାବତି କିଲ୍ଲା ଭାବେ ମଧ୍ୟ ପରିଚିତ। ପ୍ରାୟ ୨୩୦୦ ଫୁଟ ପାହାଡ଼ ଉପରେ ନିର୍ମାଣ କରାଯାଇଥିବା ଏହି କିଲ୍ଲାକୁ ଦେଖିବାକୁ ଖୁବ୍‌ କମ୍‌ ଲୋକ ଆସନ୍ତି ବୋଲି କୁହାଯାଏ। ଆଉ ସୂର୍ଯ୍ୟାସ୍ତ ପୂର୍ବରୁ ଏମାନେ ଫେରି ଯାଇଥାଆନ୍ତି। ନା ଏଠାରେ ପାଣିର ସୁବିଧା ଅଛି ନା ବିଜୁଳି। ତେଣୁ ସନ୍ଧ୍ୟା ହେବା ମାତ୍ରେ ଏଠାରୁ ମାଇଲ ମାଇଲ ଦୂର ପର୍ଯ୍ୟନ୍ତ ଶୂନଶାନ୍‌ ଲାଗିଥାଏ। ଏହି କିଲ୍ଲା ପର୍ଯ୍ୟନ୍ତ ଯିବାକୁ ହେଲେ ପାହାଡ଼କୁ କାଟି କରାଯାଇଥିବା ପାହଚ ଦେଇ ଯିବାକୁ ପଡିଥାଏ। ହେଲେ ଏହି ସିଡିରେ ନା ରସି ଲାଗିଛି ନା ଅଛି କିଛି ରେଲିଂ। ତେଣୁ ସାମାନ୍ୟ ଅସାବଧାନ ହେଲେ ସିଧା ୨୩୦୦ ଫୁଟ୍‌ ତଳକୁ ଖସିବା ନିଶ୍ଚିତ। କୁହାଯାଏ ଏଠାକୁ ଯିବା ସମୟରେ ଗୋଡ଼ ଖସିଯାଇ କେତେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହି କିଲ୍ଲାର ନାଁ ପୂର୍ବରୁ ମୁରଂଜନ ଥିଲା ହେଲେ ଛତ୍ରପତି ଶିବାଜୀ ମହାରାଜଙ୍କ ଶାସନ ସମୟରେ ଏହାର ନାଁ ପରିବର୍ତ୍ତନ କରାଯାଇଛି। ରାଣୀ କଳାବତିଙ୍କ ନାଁ ଅନୁଯାୟୀ ଶିବାଜୀ ମହାରାଜ ଏହାର ନାଁ ପରିବର୍ତ୍ତନ କରିଥିବା କୁହାଯାଏ।

Share