ଭାରତର ସମସ୍ତ ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୭।୩: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଛି। କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଇତିମଧ୍ୟରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାରା ଦେଶରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ସମ୍ବୋଧିତ କରିବେ। ଦେଶର ଇତିହାସରେ ଏହା ପ୍ରଥମଥର ଯେଉଁଠାରେ ରାଷ୍ଟ୍ରପତି ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ସମ୍ବୋଧନ କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ଭିଡିଓ କନ୍‌ଫରେନ୍ସରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମଧ୍ୟ ତାଙ୍କ ବାସଭବନରେ ଥାଇ ଯୋଗଦେବେ। ସେହିପରି ଏହି କନ୍‌ଫରେନ୍ସରେ ରେଡ୍‌ କ୍ରସ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସାମିଲ ହେବେ। ଦେଶରେ କରୋନା ସଙ୍କଟ ଅତିଜଟିଳ ହୋଇପଡ଼ିଥିବାରୁ ଏହାର ମୁକାବିଲା ନେଇ ରାଜ୍ୟରେ କରାଯାଉଥିବା ଉଦ୍ୟମ ଉପରେ ଜିଲ୍ଳାପାଳ ଓ ଉପଜିଲ୍ଲାପାଳଙ୍କ ସହ ରାଷ୍ଟ୍ରପତି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Share