ଭାରତର ସମ୍ବିଧାନ ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦିଆଯିବା ପ୍ରସଙ୍ଗ: ସଂଗ୍ରାମୀ ସ୍ମାରକୀ ସ୍ତମ୍ଭରୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

ଚଣ୍ଡିଖୋଲ,୨୬।୯(ଡି.ଏନ୍‌.ଏ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଅହିଂସାକୁ ଭାରତର ସମ୍ବିଧାନ ମୁଖବନ୍ଧରେ ଅର୍ନ୍ତଭୁକ୍ତ କରିବା ପାଇଁ ଓଡ଼ିଶା ସରକାର ଯେଉଁ ପ୍ରସ୍ତାବ ଗ୍ରହଣ କରିଛନ୍ତି ସେହି ପ୍ରସ୍ତାବକୁ ପ୍ରତ୍ୟେକ ଓଡ଼ିଶାବାସୀ ସମ୍ମତି ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ବୁଧବାର ବଡ଼ଚଣା ବ୍ଲକ ସମୁଖରେ ଥିବା ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ସ୍ତମ୍ଭ ନିକଟରୁ ଏହି ପ୍ରସ୍ତାବ ଉପରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନିଳମଣୀ ସାମଲ ଉଦ୍‌ଘାଟକ ଭାବେ ଯୋଗଦେଇ ପ୍ରଥମେ ଦସ୍ତଖତ କରି ଅଭିଯାନର ଶୁଭାରମ୍ଭ କରିଥିଲେ। ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତି ଫଳରେ ଦୀର୍ଘ ୨ଶହ ବର୍ଷ ଧରି ଇଂରେଜ ଶାସନ ଭାରତରୁ ଲୋପ ପାଇ ଥିଲା ବୋଲି ମୁଖ୍ୟଅତିଥି ଭାବେ ବିଧାୟକ ଅମର ପ୍ରସାଦ ଶତପଥି ଯୋଗ ଦେଇ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଡ଼ଚଣା ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରି, ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ମିହିର ପ୍ରତାପ ଦାସ, ଜିଲା ପରିଷଦ ସଭ୍ୟା ବିନୋଦିନୀ ସାହୁ, ସୁମତୀ ବାସ୍କେ, ଗଣେଶ୍ୱର ବରାଳ, ରଞ୍ଜନ କୁମାର ଦାସ, ନିରଞ୍ଜନ ସେନାପତି, ସଞ୍ଜୟ କୁମାର ସ୍ବାଇଁ, ମାଧବାନନ୍ଦ ମହାପାତ୍ର, ଅଜୟ କୁମାର ସାମଲ ପ୍ରମୁଖ ଏହି ଦସ୍ତଖତ ଅଭିଯାନରେ ଉପସ୍ଥିତ ଥିଲେ।

Share