ନୂଆଦିଲ୍ଲୀ, ୧୮ା୯: ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ଭାରତର ଅଂଶବିଶେଷ। ଦିନେ ଏହା ଭାରତର ଅଂଶବିଶେଷ ଭାବେ ପରିଗଣିତ ହେବ। ଏନେଇ ନୂଆଦିଲ୍ଲୀ ପକ୍ଷରୁ ପ୍ରୟାସ ଜାରି ରହିଥିବା ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରକାଶ କରିଛନ୍ତି। ଏବେ କଶ୍ମୀରକୁ ନେଇ ନୁହେଁ ବରଂ ପିଓକେ କୁ ନେଇ ପାକିସ୍ତାନ ସହ କେବଳ ଆଲୋଚନା କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। କଶ୍ମୀରର ସାମ୍ପ୍ରତିକ ସ୍ଥିତି ନେଇ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏନେଇ କେହି ଅଧିକ ବ୍ୟସ୍ତ ହେବା ଅନୁଚିତ। ପାକିସ୍ତାନ ଏହାକୁ ରଙ୍ଗଦେବା ସହ ଅନ୍ତର୍ଜାତୀୟ ସ୍ତରରେ ଉଠାଉଛି। ପାକ୍ ଆତଙ୍କବାଦ ବନ୍ଦକରି ଭଲ ପଡ଼ୋଶୀ ହେବା ଲାଗି ପ୍ରୟାସ କରିବା ଉଚିତ ବୋଲି ଜୟଶଙ୍କର କହିଛନ୍ତି।