ଭାରତୀୟଙ୍କ ପାଇଁ ଏଚ୍‌-୧ ବି ଭିଜାକୁ ୧୫ ପ୍ରତିଶତ ସୀମିତ କରିବ ଆମେରିକା: ୧୦ ଲକ୍ଷ କୋଟିର ଆଇଟି ଶିଳ୍ପ ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ/ ଓ୍ବାଶିଂଟନ, ୨୦।୬: ଆମେରିକା ଏହାର ଭିଜା ନୀତିରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଛି। ଏହା ଅର୍ନ୍ତଗତ ଭାରତୀୟଙ୍କୁ ପାଇଁ ଏଚ୍‌-୧ ବି ଭିଜାକୁ ୧୦ରୁ ୧୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଆମେରିକା ଯୋଜନା କରିଛି। ଏହାଦ୍ୱାରା ଆମେରିକାରେ ଚାକିରି କରିଥିବା ଭାରତୀୟ ପ୍ରଭାବିତ ହେବେ। ଏହି ନିୟମ ଲାଗୁହେଲେ ଟିସିଏସ୍‌ ଏବଂ ଇନଫୋସିସ୍‌ ଭଳି ଆଇଟି କମ୍ପାନୀର ଅନେକ କ୍ଷତି ହେବ ବୋଲି ଆକଳନ କରାଯାଉଛି। ଏହା ଦ୍ୱାରା ୧୦ ଲକ୍ଷ କୋଟି ଟଙ୍କାର ଆଇଟି ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା ଥିବା କୁହାଯାଉଛି। ପ୍ରତିବର୍ଷ ଆମେରିକା ୮୫ ହଜାର ଭିଜା ଜାରି କରିଥାଏ। ଏହାଦ୍ୱାରା ଭାରତୀୟମାନେ ଅଧିକ ଲାଭାନ୍ବିତ ହୋଇଥାନ୍ତି। ସମ୍ପ୍ରତି ୭୦ ପ୍ରତିଶତ ଭାରତୀୟ ଏଚ-୧ ବି ଭିଜା ଦ୍ୱାରା ବେଶ୍‌ ଉପକୃତ ହେଉଛନ୍ତି। ତେବେ ଏଚ୍‌-୧ ବି ଭିଜା ସୀମିତ ହେଲେ ଭାରତୀୟମାନେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହି ସୂଚନା ମିଳିବା ପରେ ଆଇଟି କମ୍ପାନୀ ଗୁଡ଼ିକର ଶେୟାର ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବା କୁହାଯାଉଛି।

Share