Categories: ଖେଳ

ଭାରତୀୟ ଅଭିନେତ୍ରୀଙ୍କୁ ଅପହରଣ କରିନେଇ ବିବାହ କରିବାକୁ ଚାହୁଁଥିଲେ ଏହି କ୍ରିକେଟର୍‌

ବଲିଉଡ ଏବଂ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ବହୁ ପୁରୁଣା। ବହୁ ପୁରୁଖା କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ପ୍ରେମ ଓ ବିବାହ କରିବା ଖବର ସର୍ବଦା ଚର୍ଚ୍ଚାରେ ଥାଏ। ହେଲେ ବିଦେଶୀ କ୍ରିକେଟର ଭାରତୀୟ ଅଭିନେତ୍ରୀଙ୍କ ପଛରେ ପଡିବା କମ୍‌ ଦେଖାଯାଏ। ସେମିତି ଜଣେ କ୍ରିକେଟର୍‌ ଥିଲେ ପାକିସ୍ତାନ ବୋଲର ସୋଏବ୍‌ ଅଖତର୍‌। ସେ ଭାରତୀୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଅପହରଣ କରିନେଇ ବିବାହ କରିବାକୁ ଚାହୁଁଥିଲେ। ରାଓଲପିଣ୍ଡି ଏକ୍ସପ୍ରେସ ନାମରେ ପରିଚିତ ସୋଏବ୍‌ ଅଖତର୍‌ ସୋନାଲିଙ୍କ ପାଇଁ ଏତେ ପାଗଳ ଥିଲେ, ଯେ ପର୍ସରେ ତାଙ୍କ ଫଟୋ ରଖୁଥିଲେ। ଭାରତକୁ ଥରେ କ୍ରିକେଟ ଖେଳିବା ପାଇଁ ଆସିଥିବାବେଳେ ସୋନାଲି ସହିତ ସୋଏବ ଅଖତରଙ୍କ ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ହିଁ ସୋଏବ ସୋନାଲିଙ୍କ ଉପରେ ଫିଦା ହୋଇଥିଲେ। ସୋନାଲିଙ୍କ ସଂପର୍କରେ ଥରେ ସୋଏବ ଅଖତର ଥରେ କହିଥିଲେ,ସୋନାଲି ଯଦି ତାଙ୍କ ବିବାହ ପ୍ରସ୍ତାବ ସ୍ବୀକାର କରିବେ ନାହିଁ, ତେବେ ସେ ତାଙ୍କୁ ଅପହରଣ କରି ନେଇଯିବେ।

Share