Categories: ଜାତୀୟ

ଭାରତୀୟ ଅର୍ଥବ୍ୟବସ୍ଥାକୁ ସଙ୍କଟରେ ପକାଇବା ପାକିସ୍ତାନର ଲକ୍ଷ୍ୟ: ଛପା ହେଉଛି ନକଲି ୨ ହଜାର ଟଙ୍କା ନୋଟ୍‌

ନୂଆଦିଲ୍ଲୀ,୨୪।୭: ଭାରତୀୟ ଅର୍ଥବ୍ୟବସ୍ଥାକୁ ସଙ୍କଟରେ ପକାଇବା ପାଇଁ ପାକିସ୍ତାନ ଯୋଜନା କରିଛି। ଏନେଇ ପାକିସ୍ତାନରେ ଛପା ହେଉଥିବା ନକଲି ୨ ହଜାର ଟଙ୍କିଆ ନୋଟ୍‌ ଭାରତକୁ ପଠାଉଛି। ଲୋକ ସଭାରେ କେନ୍ଦ୍ର ସରକାର ଏହା ସ୍ବୀକାର ମଧ୍ୟ କରିଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଭାରତ-ପାକିସ୍ତାନ ସୀମାରେ ଯାଞ୍ଚ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଜାରି ହୋଇଛି।

Share